ଉଦାହରଣ ପାଲଟିଲେ ସେହନାଜ : ଗାଁ ଲୋକଙ୍କ ଦୁଃଖ ଦୂର କରିବା ପାଇଁ ଡାକ୍ତରୀ ଛାତ୍ରୀ ହେଲେ ସରପଂଚ

70

କନ୍ୟାଶିକ୍ଷା ପ୍ରତି ଆଗ୍ରହ ଦେଉନଥିବା ରାଜସ୍ଥାନ ରାଜ୍ୟର ୨୪ ବର୍ଷୀୟା ଯୁବତୀ ସେହନାଜ ହେଲେ ସେଠାକାର ପ୍ରଥମ ମହିଳା ସରପଂଚ । ରାଜସ୍ଥାନ ଭରତପୁର ଅନ୍ତର୍ଗତ ଗଢ଼ଜାନ ଗ୍ରାମରେ ନିକଟରେ ସରପଂଚ ନିର୍ବାଚନ ଆରମ୍ଭ ହୋଇଥିଲା । ଏହି ନିର୍ବାଚନରେ ଡାକ୍ତରୀ ଛାତ୍ରୀ ସେହେନାଜ ସରପଂଚ ପ୍ରାର୍ଥୀରେ ଛିଡା ହୋଇ ବିଜୟିନୀ ହୋଇଛନ୍ତି । ଭରତପୁର ଜିଲ୍ଲାରେ ୭୦.୧ ପ୍ରତିଶତ ସାକ୍ଷରତା ହାର, ଯାହାକି ରାଜ୍ୟର ହାରାହାରି ୬୬.୧ ପ୍ରତିଶତରୁ ବି ଅଧିକ । ପୁଅ ଓ ଝିଅଙ୍କ ଶିକ୍ଷାଗତ ସ୍ତରରେ ପାଖାପାଖି ୩୦ ପ୍ରତିଶତ ଅସମାନତା ଲକ୍ଷ୍ୟ କରାଯାଇଛି । ସେହିଭଳି ରାଜ୍ୟ ପାଇଁ ସେହନାଜଙ୍କ ସଫଳତା ଏକ ଶକ୍ତ ଚାପୁଡା ହୋଇଛି ।

ସେହେନାଜ ଜଣେ ଡାକ୍ତରୀ ଛାତ୍ରୀ । ଉତ୍ତରପ୍ରଦେଶର ମୋରାଦାବାଦ ଠାରେ ଥିବା ତୀର୍ଥଙ୍କର ମହାବୀର ମେଡିକାଲ କଲେଜ ଆଣ୍ଡ ରିସର୍ଚ୍ଚରେ ସେ ଚତୁର୍ଥ ବର୍ଷରେ ଅଧ୍ୟୟନରତ । ରାଜନୈତିକ ପରିବାରରୁ ଆସିଥିବା ସେହେନାଜଙ୍କ ଜେଜେବାପାଙ୍କ ବ୍ୟତୀତ ମାଁ ଜାହିଦା ଖାନ କମଳା ନିର୍ବାଚନ ମଣ୍ଡଲୀରୁ ପୂର୍ବତନ ବିଧାୟକ ଓ ବାପା ଜଲିସ ଖାନ ବ୍ଲକ ସ୍ତରୀୟ ପଂଚାୟତ ସମିତିର ମୁଖିଆ ଅଟନ୍ତି । ସେ ତାଙ୍କ ଜେଜେବାପାଙ୍କ ସ୍ୱପ୍ନ ପୁରଣ କରିବାକୁ ଯାଇ ନିର୍ବାଚନରେ ଅଂଶଗ୍ରହଣ କରି୍ଥିବା କଥା କହନ୍ତି । ଲୋକଙ୍କ ହିତ ପାଇଁ କାମ କରିବା ଥିଲା ତାଙ୍କ ପରିବାରର ପ୍ରମୁଖ ପରିଚୟ । ବର୍ତ୍ତମାନ ଏହି ତାଲିକାରେ ଝିଅ ସେହନାଜଙ୍କ ନାଁ ମଧ୍ୟ ସାମିଲ ହୋଇଯାଇଛି ।

ସ୍ୱାସ୍ଥ୍ୟ ଏବଂ ପରିଚ୍ଛନ୍ନତା କ୍ଷେତ୍ରରେ ସେହେନାଜ ପୁରଷ୍କୃତ ହୋଇଛନ୍ତି । ସେହନାଜଙ୍କ କହିଛନ୍ତି, “ଲୋକମାନେ ଯକ୍ଷ୍ମା ରୋଗରେ ମୃତ୍ୟୁବରଣ କରୁଛନ୍ତି । ଏହି ରୋଗରୁ ମୁକ୍ତ ହେବା ପାଇଁ ୬ ମାସର କୋର୍ସ ନିଆଯାଏ । କିନ୍ତୁ ଲୋକ ଏହି ଦିଗରେ ଅସଚେତନ ଅଛନ୍ତି ।