ଆସନ୍ତା ୨୮ ତାରିଖ ବନ୍ଦ ରହିବ ସମସ୍ତ ମେଡ଼ିସିନ୍ ଷ୍ଟୋର୍ ! ଇ-ଫାର୍ମାସୀ ତଥା ଅନଲାଇନ ଔଷଧ ବିତରଣକୁ ବିରୋଧ କରି ବନ୍ଦ ଡାକରା

45

କନକ ବ୍ୟୁରୋ : ସେପ୍ଟେମ୍ବର ୨୮ରେ ସାରା ଦେଶରେ ବନ୍ଦ ରହିବ ସମସ୍ତ ମେଡ଼ିସିନ୍ ଷ୍ଟୋର । ୨୪ ଘଂଟା ପାଇଁ ସମସ୍ତ ମେଡ଼ିସିନ୍ ଷ୍ଟୋର ବନ୍ଦ ରହିବ । ଇ-ଫାର୍ମାସୀ ତଥା ଅନଲାଇନରେ ଔଷଧ ବିତରଣକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି । ସରକାରଙ୍କ ନିଷ୍ପତ୍ତି ବିରୋଧରେ ମେଡ଼ିସିନ୍ ଷ୍ଟୋର ବନ୍ଦ ରଖିବା ପାଇଁ ନିର୍ଣ୍ଣୟ ହୋଇଛି । ସୂଚନା ଅନୁସାରେ କେନ୍ଦ୍ର ସରକାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ୱେବ୍ ଓ ପୋର୍ଟାଲ ମାଧ୍ୟମରେ ଔଷକ୍ଷ ବିତରଣ ଏବଂ ବିକ୍ରି ଆଦି ପାେଇଁ ଅଧିସୂଚନା ଜାରି କରିଥିଲେ । ଏବେ ସମସ୍ତ ଔଷଧ ବିକ୍ରି ଅନଲାଇନ୍ କରିଦିଆଯାଇଛି ।

image courtesy – en.wikipedia.org

ଔଷଧ ବିକ୍ରେତାଙ୍କ ଅନୁସାରେ ସମସ୍ତ ବ୍ରିକ୍ରେତା ଟାକ୍ସ ଆକାରରେ ଏକ ବଡ଼ ଅଂଶ ସରକାରଙ୍କୁ ପ୍ରଦାନ କରୁଛନ୍ତି । ହେଲେ ସରକାର ତାଙ୍କ ବେପାର ବୁଡ଼ାଇଦେବାକୁ ବସିଲେଣି । ଏହାସହ ସେମାନେ କହିଛନ୍ତି ୨୦୧୪ରେ ମୋଦି ସରକାର ନିର୍ବାଚନ ସମୟରେ ସବକା ସାଥ ସବକା ବିକାଶର ନାରା ଦେଇଥିଲେ । ହେଲେ ଏବେ ତାଙ୍କ ହାତରୁ ବ୍ୟବସାୟହିଁ ଛଡ଼ାଇ ନିଆଗଲେ ସମସ୍ତଙ୍କର ବିକାଶ କିପରି ସମ୍ଭବ ହେବ ?