ଟଙ୍କା ପାଇଁ ରୋଗୀଙ୍କୁ ବନ୍ଧକ ରଖିପାରିବେନି କୌଣସି ବି ମେଡିକାଲ ! ଜାଣନ୍ତୁ ଚିକିତ୍ସାଳୟରେ ଜଣେ ରୋଗୀ ଏବଂ ତାଙ୍କ ସଂପର୍କୀୟଙ୍କୁ ମିଳିଥାଏ କି ସୁବିଧା

148

ଜନ୍ମଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଆମେ କୌଣସି ନା କୌଣସି ବସ୍ତୁ ଉପରେ ନିର୍ଭରଶୀଳ । ସଂସାରର ପ୍ରତିଟି ବ୍ୟକ୍ତି କନଜ୍ୟୁମର ଅଟନ୍ତି । ଏଥିରେ ଅଧିକାଂଶ ସମୟରେ ଆମକୁ ଧୋକା ମିଳିଥାଏ, ତ ଅନେକ ସମୟରେ ଆମକୁ ଠକାମୀର ଶିକାର ହେବାକୁ ପଡିଥାଏ । ମେଡିକାଲର ବ୍ୟବହାର ବି ଆମେ ଉପଭୋକ୍ତା ଆଧାରରେ କରିଥାନ୍ତି । ସାଧାରଣତଃ ଦେଖା ଯାଇଥାଏ କି, ମେଡିକାଲରେ ଇମରଜେନ୍ସିରେ ଭର୍ତ୍ତି , ଚିକିତ୍ସା କିମ୍ବା ବିଲ ପରିଶୋଧକୁ ନେଇ ଅଧିକାଂଶ ସମୟରେ ବିବାଦ ଦେଖାଦେଇଥାଏ । ଏହି ବିବାଦ କାରଣରୁ ଉଭୟ ରୋଗୀ ଏବଂ ରୋଗୀଙ୍କ ସଂପର୍କିୟଙ୍କୁ ବି ବହୁ ସମସ୍ୟାର ସାମନା କରିବାକୁ ପଡିଥାଏ । ଏଥିପାଇଁ ଆଜି ଆମେ ଆପଣଙ୍କୁ ରୋଗୀଙ୍କୁ ମିଳୁଥିବା କିଛି ଅଧିକାର ସଂପର୍କରେ ଜଣାଇବୁ ଯାହା ଆପଣଙ୍କ କାମରେ ନିଶ୍ଚୟ ଆସିପାରେ ।

ବିନା କୌଣସି ଭେଦଭାବରେ ଚିକିତ୍ସା

କୌଣସି ବି ମେଡିକାଲରେ ରୋଗୀଙ୍କ ସହିତ ଜାତି, ଧର୍ମ, ବର୍ଣ୍ଣ , ପଦ କିମ୍ବା ବୟସ ଆଧାରରେ ଭେଦଭାବ କରାଯାଇପାରିବ ନାହିଁ । ଯଦି କୌଣସି ଭେଦଭାବ ହୁଏ ତେବେ ଏନେଇ ଆପଣ ଅଭିଯୋଗ କରିପାରିବେ ।

ମେଡିକାଲ ରିପୋର୍ଟ ଏବଂ ରେକର୍ଡ ପାଇବାର ଅଧିକାର

ମେଡିକାଲ ରୋଗୀଙ୍କୁ ସେମାନଙ୍କର ମେଡିକାଲ ରେକର୍ଡ କିମ୍ବା ରିପୋର୍ଟ ଦେବା ପାଇଁ ମନା କରିପାରିବେ ନାହିଁ । ରୋଗୀ କିମ୍ବା ରୋଗୀଙ୍କ ସଂପର୍କୀୟଙ୍କର ଅଧିକାର ରହିଛି କି ସେମାନେ ରୋଗୀର ଉଭୟ ରେକର୍ଡ ଏବଂ ରିପୋର୍ଟର ଫଟୋକପି ନେଇପାରିବେ । ଏହା ରୋଗୀଙ୍କୁ ଭର୍ତ୍ତି କରିବାର ୨୪ ଘଂଟା ପରେ ଏବଂ ଡିସଟାର୍ଜର ୭୨ ଘଂଟା ଭିତରେ ଦିଆଯିବା ଦରକାର ।

ଖର୍ଚ୍ଚ ସଂପର୍କିତ ତଥ୍ୟ

ରୋଗୀ କିମ୍ବା ରୋଗୀଙ୍କ ସଂପର୍କିୟଙ୍କୁ ମେଡିକାଲ ତରଫରୁ ସୂଚନା ଦେବା ଦରକାର କି ସେ କେଉଁ ରୋଗରେ ଆକ୍ରାନ୍ତ ଅଛନ୍ତି ଏବଂ ଏଥିପାଇଁ ଚିକିତ୍ସା ଖର୍ଚ୍ଚ କେତେ ଟଙ୍କା ଲାଗିବ । ଚିକିତ୍ସା ଉପରେ ଖର୍ଚ୍ଚ , ଫାଇଦା, କ୍ଷତି ଏବଂ ବିକଳ୍ପ ସଂପର୍କରେ ବି ରୋଗୀଙ୍କୁ ଜଣାଇବାକୁ ହେବ ।

ଅନ୍ୟ ଡାକ୍ତରଙ୍କଠାରୁ ପରାମର୍ଶ ନେବାର ଅଧିକାର

ଯଦି କୌଣସି ଡାକ୍ତରଙ୍କର ତରିକା କିମ୍ବା ଚିକିତ୍ସାରୁ ଆପଣ ତଥା ରୋଗୀ ଖୁସି ନାହାନ୍ତି ତେବେ ଏସଂପର୍କରେ ଆପଣ ଅନ୍ୟ କୌଣସି ଡାକ୍ତରଙ୍କର ପରାମର୍ଶ ଲୋଡିପାରିବେ ।

ଗୋପନୀୟତା ଅଧିକାର

ରୋଗୀଙ୍କୁ ରୋଗ ଏବଂ ଅନ୍ୟାନ୍ୟ ସୂଚନା ଗୋପନୀୟ ରଖିବାର ଅଧିକାର ରହିଛି । ଡାକ୍ତରଙ୍କୁ କିଛି ଏଭଳି କଥା ଜଣାଥାଏ ଯାହା ରୋଗୀଙ୍କର ବ୍ୟକ୍ତିଗତ ଜୀବନ ସହ ଜଡିତ ହୋଇଥାଏ ।

ଅପରେସନ ପୂର୍ବରୁ ସୂଚନା ଦେବା ଅଧିକାର

କୌଣସି ବି ବଡ ସର୍ଜରୀ ପୂର୍ବରୁ ରୋଗୀଙ୍କୁ ସେ ସଂପର୍କରେ ଜାଣିବାର ପୂରା ଅଧିକାର ରହିଛି । ଡାକ୍ତରଙ୍କୁ ରୋଗୀ କିମ୍ବା ରୋଗୀଙ୍କ ସଂପର୍କିୟଙ୍କୁ ପଚାରିବା ଜରୁରୀ କି ସେ ସର୍ଜରୀ କରିବାକୁ ଚାହୁଁଛନ୍ତି କି ନାହିଁ ? ସେମାନଙ୍କ ସହମତିରେ ଦସ୍ତଖତ କରନ୍ତୁ ।

ମେଡିକାଲ ଷ୍ଟୋର କିମ୍ବା ଡାଏଗ୍ନୋଷ୍ଟିକ ସେଂଟର ଚୟନ କରିବାର ଅଧିକାର

ସାଧାରଣତଃ ଅଧିକାଂଶ ଡାକ୍ତର କିଛି ବଛାବଛି ଜାଗା ବା ଷ୍ଟୋରରୁ ମେଡିସିନ କିଣିବାକୁ ତଥା ଟେଷ୍ଟ ପାଇଁ ପରାମର୍ଶ ଦେଇଥାନ୍ତି । କିନ୍ତୁ ସେ ଏଭଳି କରିପାରିବେ ନାହିଁ । ରୋଗୀଙ୍କ ନିକଟରେ ଅଧିକାର ରହିଛି କି, ସେ ଯେଉଁଠି ଚାହିଁବେ ସେଠି ଔଷଧ ଏବଂ ଟେଷ୍ଟ କରିପାରିବେ ।

ଡିସଟାର୍ଜର ଅଧିକାର

ଅଧିକାଂଶ ମେଡିକାଲ ବିଲ୍ ସଂପୂର୍ଣ୍ଣ ପରିଶୋଧ ନକରିବା କାରଣରୁ ରୋଗୀଙ୍କୁ ଡିସଟାର୍ଜ କରିନଥାନ୍ତି । ଅନେକ ସମୟରେ ତ ରୋଗୀର ମୃତ୍ୟୁ ହୋଇଯିବା ପରେ ସୁଦ୍ଧା ଶବ ଛାଡିବାକୁ ବି ମେଡିକାଲ କର୍ତ୍ତୃପକ୍ଷ ନାରାଜ୍ । ହେଲେ ଏଭଳି କାମ କରିବାର ଅଧିକାର କୌଣସି ବି ମେଡିକାଲ ନିକଟରେ ନାହିଁ ।