ଡାକ୍ତର ନାହାଁନ୍ତି : ଫାର୍ମାସିଷ୍ଟ ଭରଷାରେ ତୁରେକେଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର

179

କନକ ବ୍ୟୁରୋ : ନାହିଁ ନାହିଁରେ ଚାଲିଛି ମାଓ ପ୍ରବଣ ଅଞ୍ଚଳ ତୁରେକେଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର । ଡାକ୍ତର ନଥିବା ଯୋଗୁ ଫାର୍ମାସିଷ୍ଟ ଭରଷାରେ ଚାଲିଛି ଡାକ୍ତରଖାନା । ଜରୁରୀ ସେବା ପାଇଁ ରୋଗୀଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି । କେବଳ ଏତିକି ନୁହେଁ ଉତ୍ତମ ଚିକିତ୍ସା ପାଇଁ ଅନ୍ୟ ଡାକ୍ତରଖାନାକୁ ଯାଇ ଖର୍ଚ୍ଚାନ୍ତ ହେବାକୁ ପଡୁଛି ।

ମାଓ ପ୍ରବଣ ତୁରେକେଲା ବ୍ଲକର ତୁରେକେଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସର୍ବ ପୁରାତନ ଡାକ୍ତରଖାନା ଭାବେ ଜଣାଶୁଣା । ବ୍ଲକ ମୁଖ୍ୟାଳୟରେ ଏହି ଡାକ୍ତରଖାନା ଥିବାରୁ ଦୈନନ୍ଦିନ ଏହି ଡାକ୍ତରଖାନା ଉପରେ ଆଖପାଖ ୨ଟି ବ୍ଲକର ରୋଗୀ ନିର୍ଭର କରିଥାନ୍ତି । ଗତ କିଛି ଦିନ ହେଲାଣି ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନାହାନ୍ତି । କାର୍ଯ୍ୟରତ ଥିବା ୩ ଡାକ୍ତରଙ୍କ ଅନ୍ୟତ୍ର ବଦଳି ହୋଇଯାଇଛି । ଏହି ଡାକ୍ତରଖାନାକୁ ପ୍ରତ୍ୟକ ଦିନ ୧୦୦ରୁ ଅଧିକ ରୋଗୀ ଚିକିତ୍ସା ପାଇଁ ଆସନ୍ତି । ଡାକ୍ତର ନଥିବାରୁ ଯୋଗୁଁ ବର୍ତ୍ତମାନ ଫାର୍ମାସିଷ୍ଟ ଭରସାରେ ଚାଲିଛି ଏହି ସ୍ୱାସ୍ଥକେନ୍ଦ୍ର । ସାମାନ୍ୟ ଜ୍ୱର କାଶ ପାଇଁ ମଧ୍ୟ ବାହାର ଡାକ୍ତରଖାନା ଉପରେ ନିର୍ଭର କରୁଛନ୍ତି ଆଖପାଖ ଲୋକେ ।

ତେବେ ଶୀଘ୍ର ଖାଲିପଡ଼ିଥିବା ଡାକ୍ତର ପଦବୀ ପୂରଣ ନହେଲେ ଆନ୍ଦୋଳନ ହେବ ବୋଲି ସ୍ଥାନୀୟ ବାସିନ୍ଦା ଚେତାବନୀ ଦେଇଛନ୍ତି । ଅନେକ ଥର ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା ସୁଫଳ ମିଳୁନାହିଁ ।