କୋରାପୁଟ : ମେଡ଼ିକାଲକୁ ନେଇ ବଢିଲା ରାଜନିତୀ, ଜୟପୁର ଉପଖଣ୍ଡ ଚିକିତ୍ସାଳୟକୁ ଜିଲ୍ଳା ସ୍ତରୀୟ ମାନ୍ୟତା ଦାବିରେ କଂଗ୍ରେସ ଓ ବିଜେଡ଼ି ମଧ୍ୟରେ ବଳ କଷାକଷି

46

କନକ ବ୍ୟୁରୋ : ମେଡ଼ିକାଲକୁ ନେଇ ବଢିଲା ରାଜନିତୀ । କୋରାପୁଟରେ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜର ପ୍ରତିଷ୍ଠା ହେବା ପରେ ଜୟପୁର ଉପଖଣ୍ଡ ଚିକିତ୍ସାଳୟକୁ ଜିଲ୍ଳା ସ୍ତରୀୟ ମାନ୍ୟତା ଦାବୀରେ ଉଭୟ କଂଗ୍ରେସ ଓ ବିଜେଡ଼ି ନିଜର କର୍ମୀଙ୍କୁ ନେଇ ଦେଖାଉଛନ୍ତି ବଳ । ଆଜି ୩୦୦ରୁ ଉର୍ଦ୍ଧ୍ୱ କର୍ମୀଙ୍କୁ ନେଇ ନବୀନ ନିବାସରେ ମୁଖମନ୍ତ୍ରୀଙ୍କୁ ରବି ନନ୍ଦ ଭେଟୁଥିବା ବେଳେ ଜୟପୁର ବିଧାୟକ ତାରା ବି ଦେଖାଇଛନ୍ତି ନିଜ ଦମ୍ । ଜୟପୁରଠାରେ ବିରୋଧୀ ଦଳର ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ନିଜର ଶହଶହ କର୍ମୀଙ୍କ ସହ ରାଲି କରିବା ସହ ଉପଜିଲ୍ଳାପାଳଙ୍କ ବାସଭବନ ସାମନାରେ ଧାରଣା ଦେଇଛନ୍ତି । ଦାବିପୁରଣ ନହେଲେ ଆଗାମୀ ଦିନରେ ଅବିଭକ୍ତ କୋରାପୁଟ ଜିିଲ୍ଳାରେ ନିଆଁ ଜଳିବ ବୋଲି ଚେତାବନୀ ଦେଇଛନ୍ତି ତାରା ।