କୁନି ଶିଶୁକୁ ମିଳିଲା ନୂଆ ଜୀବନ ! ଚମତ୍କାର କରି ଦେଖାଇଲେ ଡାକ୍ତର ।

51

ଡାକ୍ତରୀ ଦୁନିଆରେ ଆଜିକାଲି ଅନେକ କରିସ୍ମା ଦେଖିବାକୁ ମିଳୁଛି। ନିକଟରେ ଡାକ୍ତରମାନେ ଏପରି ଏକ କାର୍ୟ୍ୟ କରିଛନ୍ତି ଯାହା ଅବିଶ୍ୱସନୀୟ ମନେ ହେଉଛି । ଡାକ୍ତରମାନେ ଅସ୍ତ୍ରୋପଚାର ଜରିଆରେ ଏପରି କରି ଦେଖାଇଛନ୍ତି ଯାହାକୁ ଲୋକେ ଚତ୍ମକାର ବୋଲି କହୁଛନ୍ତି। ଏକ ସାଧାରଣ ଆଙ୍ଗୁଠିକୁ ବୁଢା ଆଙ୍ଗୁଠିରେ ପରିବର୍ତ୍ତନ କରିଦେଇଛନ୍ତି ।

ମିଡିଆ ରିପୋର୍ଟ ଅନୁସାର, ନିବେଦିତା (ଛଦ୍ମନାମ)ଙ୍କ ଆଙ୍ଗୁଠି ଜନ୍ମରୁ ଠିକ୍ ଭାବେ ବିକାଶିତ ହୋଇ ନ ଥିଲା । ଯାହାଫଳରେ ସେ ଖେଳନାକୁ ଠିକ୍ ଭାବେ ଧରି ପାରୁନଥିଲେ କି ସେହି ହାତରେ କୌଣସି କାର୍ୟ୍ୟ ଠିକ୍ ଭାବେ କରିପାରୁ ନଥିଲେ । କିନ୍ତୁ ଏକ ବିରଳ ଅସ୍ତ୍ରୋପଚାର ମାଧ୍ୟମରେ ତାଙ୍କ ଜୀବନ ବଦଳି ଯାଇଛି । ନିବେଦିତା ଏବେ ସାଧାରଣ ଜୀବନଯାପନ କରୁଛନ୍ତି ।

ପ୍ରକୃତରେ, ଏକ ବିରଳ ଅସ୍ତ୍ରୋପଚାର ମାଧ୍ୟମରେ ନିବେଦିତାଙ୍କ ଆଙ୍ଗୁଠିର କାୟା ବଦଲାଇ ଦେଇଥିଲେ । ଏହା ସହ ଅବିକଶିତ ଆଙ୍ଗୁଠିକୁ କାଢି ଦେଇଥିଲେ । ବର୍ତ୍ତମାନ ସେ ସବୁ ଜିନିଷ ଧରିବା ସହ ସବୁ କାମ ଆରାମରେ କରିପାରୁଛନ୍ତି । ପଲିଜେସନ ପକ୍ରିୟା ଦ୍ୱାରା ୪ ଘଣ୍ଟାର କଠିନ ପରିଶ୍ରମ ପରେ ଡାକ୍ତରଙ୍କୁ ଏହି ସଫଳତା ମିଳିଥିଲା । ଡାକ୍ତରଙ୍କ କହିବା ଅନୁସାରେ, ଶିଶୁଟି ‘ରିଡାୟେଲ କ୍ଳବ ଓ ହାଇଡ୍ରୋପ୍ଳାଷ୍ଟିକ’ ରୋଗରେ ପୀଡିତ ଥିଲା ପ୍ରାୟ ୧ ଲକ୍ଷ ନବଜାତ ଶିଶୁଙ୍କ ମଧ୍ୟରୁ ଜଣଙ୍କ ପାଖରେ ଏପରି ରୋଗ ଦେଖିବାକୁ ମିଳିଥାଏ । ଡାକ୍ତରଙ୍କ କହିବା କଥା ନିବେଦିତାଙ୍କ ଅସ୍ତ୍ରୋପଚାର କୌଣସି ପରୀକ୍ଷା ଠାରୁ କମ୍ ନଥିଲା, ଶିଶୁର ବୟସ ଯଦି ୨ବର୍ଷ ଭିତରେ ହୋଇଥିବ ତାହାଲେ ଏହି ଅସ୍ତ୍ରୋପଚାର ସଫଳ ହେବାର ସମ୍ଭାବନା ଅଧିକ ଥାଏ । କିନ୍ତୁ ବୟସ ଅଧିକ ହୋଇଗଲେ ଆଙ୍ଗୁଠିର ଉନ୍ନତି ପାଇଁ ମସ୍ତିଷ୍କ ସାଥ ଦେଇନଥାଏ। ଏଥି ପାଇଁ ବୟସ ଅଧିକ ହେଲେ ଅସ୍ତ୍ରୋପଚାର ସମ୍ଭାବନା ବହୁତ କମ ଥାଏ ।