ସମୟ ସହ ବଦଳୁଛି ମିଡିଆର ଭାଷା । ମତ ରଖିଲେ ଓଡିଶାର ବରିଷ୍ଠ ସାମ୍ବାଦିକ

42

କନକ ବୁରୋ : ମିଡିଆର ଭାଷା ସାଧାରଣ ଲୋକଙ୍କ ବୁଝିବା ଭଳି ହେବା ଉଚିତ । ତେବେ ଅନ୍ୟ ଭାଷାର ପ୍ରଭାବରେ ମୂଳ ଭାଷାକୁ ପାସୋରି ଯିବା ଉଚିତ ନୁହେଁ ବୋଲି ଓଡ଼ିଶାର ବରିଷ୍ଠ ସାମ୍ବାଦିକମାନେ ମତ ଦେଇଛନ୍ତି । “ଓଡ଼ିଆ ମିଡିଆ’ ପକ୍ଷରୁ ଏ ନେଇ ଆୟୋଜିତ ଏକ ଆଲୋଚନାଚକ୍ରରେ ଯୋଗ ଦେଇ ସମ୍ବାଦ ଗ୍ରୁପ୍ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ କହିଲେ- ପୂର୍ବରୁ ମିଡିଆରେ “ଧର୍ଷଣ’’ ଶବ୍ଦ ଲେଖାଯାଉଥିବା ବେଳେ ଏବେ “ଦୁଷ୍କର୍ମ’’ ଶବ୍ଦ ବ୍ୟବହାର ହେଉଛି ।

ସାମ୍ବାଦିକମାନେ ନୂଆ ନୂଆ ଶବ୍ଦ ତିଆରି କରିବା ସହ ଲୋକଙ୍କ ଭାବନାକୁ ଯଥେଷ୍ଟ ପ୍ରଭାବିତ କରିଥାନ୍ତି । ମୁଖ୍ୟସ୍ରୋତ ଗଣମାଧ୍ୟମ ସହ ସୋସିଆଲ୍ ମଡିଆରେ ଏ ନେଇ ପରୀକ୍ଷା ନିରୀକ୍ଷା ଜାରି ରହିଛି । ଅନ୍ୟମାନଙ୍କ ମଧ୍ୟରେ “ନିତିଦିନ’’ର ସମ୍ପାଦକ ସମ୍ପଦ ମହାପାତ୍ର, ପ୍ରମେୟର ସଂପାଦକ ଗୋପାଳକୃଷ୍ଣ ମହାପାତ୍ର, ବିଜନେସ୍ ଷ୍ଟାଣ୍ଡାର୍ଡର ଆବାସିକ ସମ୍ପାଦକ ଦିଲୀପ ଶତପଥୀ, ବରିଷ୍ଠ ସାମ୍ବାଦିକ ଅରୁଣ ପଣ୍ଡା ଓ ସନ୍ଦୀପ ସାହୁ ନିଜ ନିଜର ମତ ଦେଇଥିଲେ । ବିଭିନ୍ନ ଅଧିବେଶନରେ ଓଡ଼ିଆ ସାହିତ୍ୟ ଓ ମନୋରଂଜନରେ ଭାଷାର ପ୍ରୟୋଗ ଉପରେ ଆଲୋଚନା ହୋଇଥିଲା ।