ରାଷ୍ଟ୍ରପତି ରାମନାଥଙ୍କ ହାତରୁ ପଦକ ନେବେନାହିଁ ଏମସିଏ ଟପ୍ପର ରମେନ୍ଦ୍ର । ଜାତିଭାଇଙ୍କ ପ୍ରତି ଅତ୍ୟାଚାର ବିରୋଧରେ ପ୍ରତିବାଦ ।

35

ରାଷ୍ଟ୍ରପତିଙ୍କ ହାତରୁ ପଦକ ନେବାକୁ ମନାକଲେ ଜଣେ ଏମସିଏ ଟପ୍ପର । ଦେଶରେ ବିଭିନ୍ନ ସ୍ଥାନରେ ପଛୁଆବର୍ଗଙ୍କ ପ୍ରତି ହେଉଥିବା ଅତ୍ୟାଚାର ବିରୋଧରେ ପ୍ରତିବାଦ ଜଣାଇ ସେ ଏପରି କରିଥିବା କହିଛନ୍ତି । ବାବା ସାହେବ ଭୀମରାଓ ଅମ୍ବେଦକର ବିଶ୍ୱବିଦ୍ୟାଳୟରେ ଏମସିଏରେ ଟପ୍ପର ହୋଇଥିବା ଜଣେ ଛାତ୍ର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ସ୍ୱର୍ଣ୍ଣ ପଦକ ଗ୍ରହଣ କରିବାକୁ ମନା କରିଦେଇଛନ୍ତି। ପଛୁଆବର୍ଗଙ୍କ ପ୍ରତି ବଢୁଥିବା ଅତ୍ୟାଚାର ବିରୋଧରେ ପ୍ରତିବାଦ ଦର୍ଶାଇବାକୁ ଛାତ୍ର ଜଣକ ଏପରି କହିଛନ୍ତି।

ଡିସେମ୍ବର ୧୫ ତାରିଖ ଦିନ ‘ବିବିଏୟୁ’ର ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହେବା ପାଇଁ ଦିନ ଧାର୍ୟ୍ୟ କରାଯାଇଛି। କିନ୍ତୁ, ବିଶ୍ୱବିଦ୍ୟାଳୟରେ ଏମସିଏ ପାଠ୍ୟକ୍ରମରେ ଟପ୍ପର ହୋଇଥିବା ଛାତ୍ର ରମେନ୍ଦ୍ର ନରେଶ ରାଷ୍ଟ୍ରପତିଙ୍କ ଠାରୁ ପଦକ ଗ୍ରହଣ କରିବେ ନାହିଁ ବୋଲି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜଣାଇ ଦେଇଛନ୍ତି।

ବୁଧବାର ଦିନ ଏକ ନିଉଜ ଚ୍ୟାନେଲରେ ରମେନ୍ଦ୍ର କହିଛନ୍ତି ଯେ, ପଛୁଆବର୍ଗଙ୍କ ବିରୋଧରେ ହେଉଥିବା ଅତ୍ୟାଚାରର ପ୍ରତିବାଦ ଏବଂ ଜାତିଭାଇଙ୍କ ପ୍ରତି ଐକ୍ୟ ପ୍ରଦର୍ଶନ ସ୍ୱରୂପ ମୁଁ ସ୍ୱର୍ଣ୍ଣ ପଦକ ଗ୍ରହଣ କରିବାକୁ ମନା କରୁଛି। ପଛୁଆବର୍ଗଙ୍କ ପ୍ରତି ଅନ୍ୟ ସମ୍ପ୍ରଦାୟଙ୍କ ଭଳି ବ୍ୟବହାର କରାଯିବ ବୋଲି ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଲେ ଯାଇ ମୁଁ ପଦକ ଗ୍ରହଣ କରିବି।