ବ୍ୟାଙ୍କ୍ ଚେକର ରହସ୍ୟ ! ଜାଣନ୍ତି କି ୨୩ ଡିଜିଟ୍ ନମ୍ବରରେ ଲୁଚି ରହିଛି କେଉଁ ତଥ୍ୟ . . .

79

ଏବେ ସମୟ ଚାଲିଛି ଏଟିଏମ୍ ଏବଂ ଡିଜିଟାଲ୍ ଯୁଗର । ତଥାପି ପ୍ରାୟ ଲୋକ ଚେକ୍ ବ୍ୟବହାର କରନ୍ତି । ଚେକ୍ ନାଁ ଶୁଣିଲେ ହଠାତ୍ ମନକୁ ଆସେ ଟଙ୍କାର ପରିମାଣ, ଦସ୍ତଖତ , ନାମ ଏବଂ ଚେକ୍ ନମ୍ବର । ହେଲେ ଏହି ଚେକ୍ ତଳେ ଥିବା ନମ୍ବର ବିଷୟରେ ଖୁବ୍ କମ୍ ଲୋକ ଜାଣିଥାନ୍ତି । ତେବେ ଜାଣି ରଖନ୍ତୁ ଚେକର ତଳେ ଥିବା ଏହି ୨୩ଟିକିଆ ନମ୍ବର ଅତ୍ୟନ୍ତ ଜରୁରୀ । ଏଥିରେ ଥିବା ପ୍ରତ୍ୟେକ ୬ଟି ଡିଜିଟର ଅର୍ଥ ଅଲଗା ଅଲଗା ଥାଏ । ଏବେ ଜାଣନ୍ତୁ ଏହାର ଗୁରୁତ୍ୱ ଏବଂ ଅର୍ଥ ।

• ଚେକର ତଳେ ଦିଆଯାଇଥିବା ନମ୍ବର ମଧ୍ୟରୁ ପ୍ରଥମ ୬ଟି ନମ୍ବର ହେଉଛି ଚେକ୍ ନମ୍ବର । ରେକର୍ଡ ପାଇଁ ସବୁଠାରୁ ପ୍ରଥମେ ଏହି ନମ୍ବର ଦେଖାଯାଏ ।

• ପରବର୍ତ୍ତୀ ୯ଟି ନମ୍ବର ହେଉଛି ‘ଏମଆଇସିଆର୍’ କୋର୍ଡ । ଏମଆଇସିଆର୍ ଅର୍ଥ ହେଉଛି ମାଗ୍ନେଟିକ୍ ଇଙ୍କ୍ କରେକ୍ଟର୍ ରେକଗନାଇଜେସନ୍ । ଚେକ୍ କେଉଁ ବ୍ୟାଙ୍କରୁ ଜାରି ହୋଇଛି ଏହି ଏହି ନମ୍ବରରୁ ଜଣାପଡେ । ଏହାକୁ ଚେକ୍ ରିଡିଙ୍ଗ୍ ମେସିନ୍ ପଢିଥାଏ ।

• ତେବେ ଏହି ୯ଟି ନମ୍ବରକୁ ତିନି ତିନି ଭାଗରେ ବିଭକ୍ତ କରାଯାଇଛି । ପ୍ରଥମ ତିନିଟି ହେଉଛି ସିଟି କୋର୍ଡ । ଅର୍ଥାତ୍ ସିରିଜର ପ୍ରଥମ ତିନିଟି ନମ୍ବର ଆପଣଙ୍କ ସହରର ପିନ୍ କୋର୍ଡ ଯେଉଁଥିରୁ ଜଣା ପଡିବ ଯେ ଚେକ୍ କେଉଁ ସହରର ।

• ସିରିଜର ଦ୍ୱିତୀୟ ଭାଗ ହେଉଛି ବ୍ୟାଙ୍କ୍ କୋର୍ଡ । ଏହି ତିନିଟି ଡିଜିଟ୍ ହେଉଛି ୟୁନିକ୍ କୋର୍ଡ । ତେବେ ସବୁ ବ୍ୟାଙ୍କର ଅଲଗା ୟୁନିକ୍ କୋର୍ଡ ଥାଏ । ଯେପରି କି ଆଇସିଆଇସିଆଇ ବ୍ୟାଙ୍କର ହେଉଛି ୨୨୯ ।

• ତୃତୀୟ ଭାଗ ହେଉଛି ବ୍ରାଂଚ୍ କୋର୍ଡ । ସବୁ ବ୍ୟାଙ୍କର ଅଲଗା ବ୍ରାଂଚ୍ କୋର୍ଡ ଥାଏ । ଏହି କୋର୍ଡ ବ୍ୟାଙ୍କ୍ ସହ ଜଡିତ ସମସ୍ତ ଟ୍ରାନଜାକ୍ସନରେ ପ୍ରୟୋଗ କରାଯାଏ ।

• ଏହି ୯ଟି ନମ୍ବର ପରେ ଆସନ୍ତା ୬ଟି ନମ୍ବର ହେଉଛି ବ୍ୟାଙ୍କ୍ ଆକାଉଂଟ୍ ନମ୍ବର । ଏହି ନମ୍ବର ନୂଆ ଚେକ ବୁକରେ ଥାଏ । ତେବେ ପୂର୍ବରୁ ଆସୁଥିବା ଚେକ ବୁକରେ ଏହି ନମ୍ବର ଆସୁନଥିଲା ।

• ଶେଷ ଦୁଇ ନମ୍ବର ଟ୍ରାନଜାକ୍ସନ ଆଇଡି । ୨୯,୩୦ ଓ ୩୧ ହେଉଛି ‘ଆଟ୍ ପାର୍ ଚେକ୍’ କୁ ଦର୍ଶାଉଥିବା ବେଳେ ୦୯, ୧୦ ଏବଂ ୧୧ ଲୋକାଲ୍ ଚେକକୁ ଦର୍ଶାଏ ।

ଏହା ସହ ଦେଖନ୍ତୁ ପରିବର୍ତ୍ତନ ପଥେ ଭାରତ! ଆଜିଠାରୁ ଲାଗୁ ହେବ ଏହି ୬ଟି ନୂଆ ନିୟମ . . . ଜାଣନ୍ତୁ କଣ