‘ମି-ଠୁ’ ମାମଲାରେ ଆଜି ହୋଇପାରେ ପ୍ରଥମ ଶୁଣାଣି ! କେନ୍ଦ୍ରମନ୍ତ୍ରୀ ଏମଜେ ଆକବର ପ୍ରିୟା ରମାନିଙ୍କ ବିରୋଧରେ କରିଛନ୍ତି ମାନହାନି ମକଦମା ।

59

କନକ ବ୍ୟୁରୋ : ମି ଠୁ ମାମଲାରେ ଆଜି ହୋଇପାରେ ପ୍ରଥମ ଶୁଣାଣି । ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟରେ ହୋଇପାରେ ଶୁଣାଣି । କେନ୍ଦ୍ରମନ୍ତ୍ରୀ ଏମଜେ ଆକବର ପ୍ରିୟା ରମାନିଙ୍କ ବିରୋଧରେ ପଟିଆଲା ହାଉସ୍ କୋର୍ଟରେ ମାନହାନି ମକଦ୍ଦମା କରିଛନ୍ତି । ମି ଠୁ କ୍ୟାମ୍ପେନ୍ ଜରିଆରେ ଯୌନଶୋଷଣ ଅଭିଯୋଗର ଶିକାର ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଏମ.ଜେ. ଆକବର । ଅଭିଯୋଗକାରିଣୀ ସାମ୍ବାଦିକା ପ୍ରିୟା ରମାନିଙ୍କ ବିରୋଧରେ ମାନହାନି ମାମଲା ରୁଜୁ କରିଛନ୍ତି ଆକବର । ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟରେ ନିଜ ଓକିଲଙ୍କ ଜରିଆରେ ମାନହାନି ମୋକଦ୍ଦମା କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

୧୧ ଜଣ ସାମ୍ବାଦିକା ଆକବରଙ୍କ ନାଁରେ ଯୌନଶୋଷଣ ଅଭିଯୋଗ ଆଣିଥିଲେ । ଭାରତୀୟ ପିଙ୍ଗଳ କୋର୍ଡର ଧାରା ୪୯୯ ଓ ୫୦୦ ଅନୁସାରେ ଏହି ମାମଲା ଦାୟର ହୋଇଛି । ସେପଟେ ସାମ୍ବାଦିକା ପ୍ରିୟା ରମଣୀ ଏ ନେଇ ନିଜର ସଫେଇ ରଖିଛନ୍ତି । ପ୍ରିୟା କହିଛନ୍ତି, ସେ ଆଇନଗତ ଲଢେଇ ଲଢିବେ । ଆଉ ସତକୁ ସାମ୍ନା କରିବେ । ଯେତେବେଳେ ଏଭଳି ଅଭିଯୋଗ ଆସିଥିଲା ସେତେବେଳେ ସଂପୃକ୍ତ ମହିଳା ସେମାନଙ୍କ କ୍ଷେତ୍ରରେ କାମ କରୁଥିଲେ । ତେଣୁ ଏଭଳି ଅଭିଯୋଗ ଆସିନଥିଲା । ସେମାନେ ନିଜ ନିଜ ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ।