ଏମଡିଏଚ ମାଲିକଙ୍କ ଦେହାନ୍ତ ? ସାବଧାନ, ସୋସିଆଲ ମିଡିଆରେ ବୁଲୁଛି ମିଛ ଖବର ।

36

ସୋସିଆଲ ମିଡିଆରେ ଏମଡିଏଚର ମାଲିକ ମହାଶୟ ଧର୍ମପାଲ ଗୁଲାଟିଙ୍କ ନିଧନ ହୋଇଯାଇଥିବା ଖବରଟି ସମ୍ପୁର୍ଣ୍ଣ ମିଥ୍ୟା । ତାଙ୍କ ପରିବାରଙ୍କ ତରଫରୁ ଜାରି ହୋଇଥିବା ଏକ ଭିଡିଓରେ ଧର୍ମପାଲ ନିଜେ କହିଛନ୍ତି, ସେ ସମ୍ପୁର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି । ସୋସିଆଲ ମିଡିଆରେ ଯେଉଁ ଖବର ପ୍ରକାଶ ପାଇଥିଲା ତାହା ସମ୍ପୁର୍ଣ୍ଣ ମିଥ୍ୟା ଅଟେ ।

ସୂଚନା ଅନୁଯାୟୀ, ଗତ କିଛି ଦିନ ତଳେ ସୋସିଆଲ ମିଡିଆରେ ଏକ ଗୁଜବ ଭାଇରାଲ ହୋଇଥିଲା । ସେଥିରେ ଲେଖାଥିବା ଏମଡିଏଚ କମ୍ପାନୀର ମାଲିକ ମହାଶୟ ଧର୍ମପାଲ ଗୁଲାଟିଙ୍କ ନିଧନ ହୋଇଯାଇଛି । ଏହି ଘଟଣାଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ କେତେକ ନ୍ୟୁଜ ୱେବସାଇଟ ଏହାକୁ ବିନା ଯାଞ୍ଚରେ ବିଭିନ୍ନ ସାଇଟରେ ପ୍ରକାଶ କରିଦେଇଥିଲେ । କିନ୍ତୁ ପରିବାର ଲୋକ ଏକ ଭିଡିଓ ଜାରି କରିବା ପରେ ଘଟଣାର ସତ୍ୟତା ସାମ୍ନାକୁ ଆସିଛି ।

ଧର୍ମପାଲଙ୍କ ଜନ୍ମ ୧୯୨୨ ମସିହାରେ ପାକିସ୍ତାନର ସିଆଲକୋର୍ଟରେ ହୋଇଥିଲା । ତା ପରେ ସେ ଦିଲ୍ଲୀ ସ୍ଥାନାନ୍ତର ହୋଇଯାଇଥିଲେ । ଦିଲ୍ଲୀ ଆସିବା ପରେ ସେ ମସଲା କାରବାର ଆରମ୍ଭ କରିଥିଲେ । ଏବଂ ସମୟ ବିତିବା ସହିତ ଧିରେ ଧିରେ ସେ ଏମଡିଏଚ ନାମକ ଏକ ବଡ କମ୍ପାନୀ ତିଆରି କରିବାରେ ସଫଳ ହୋଇଥିଲେ । ଏବେ ଏହି କମ୍ପାନୀ ଦେଶରେ ମସଲା କମ୍ପାନୀ ଭାବେ ବେଶ କ୍ଷାତି ଲାଭ କରିଛି । ତେବେ କିଛି ଦିନ ତଳେ ସୋସିଆଲ ମିଡିଆରେ ଧର୍ମପାଲଙ୍କ ମୃତ୍ୟୁକୁ ନେଇ ଉଠିଥିବା ଗୁଜବ ବିଷୟରେ ଧର୍ମପାଲଙ୍କ ଜ୍ୱାଇଁଙ୍କୁ ପଚରା ଯାଇଥିଲା । ସେ କହିଥିଲେ, କୌଣସି ଏକ ବ୍ୟକ୍ତି ଧର୍ମପାଲଙ୍କ ମିଛ ମୃତ୍ୟୁ ଘଟଣା ସୋସିଆଲ ମିଡିଆରେ ପୋଷ୍ଟ କରିଦେଇଥିଲା । ଯାହାଫଳରେ ଏହା ଭାଇରାଲ ହୋଇଥିଲା । ଧର୍ମପାଲ ମହାସୟଙ୍କ ବୟସ ଏବେ ପ୍ରାୟ ୯୬ ବର୍ଷ ହେବ । ସେ ଏବେ ବି ସମ୍ପୁର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଗୁଜବକୁ ରୋକିବା ପାଇଁ ଆମେ କାଲି ଏକ ଭିଡିଓ ଜାରି କରିଛୁ । ଭିଡିଓରେ ଦର୍ଶାଯାଇଛି କି, ଚୁନିଲାଲ ହେଉଛନ୍ତି ଧର୍ମପାଲଙ୍କ ବାପା । ବହୁବର୍ଷ ପୂର୍ବେ ତାଙ୍କ ମୃତ୍ୟୁ ହୋଇସାରିଛି । ତେବେ ଚୁନିଲାଲଙ୍କ ନାଁ ସହିତ ଧର୍ମପାଲଙ୍କ ଫଟୋ ଲଗାଇ ସୋସିଆଲ ମିଡିଆରେ ଭାଇରାଲ କରାଯାଇଥିଲା । ତେଣୁ ପରିବାର ଲୋକେ ଏହାକୁ ଖୁବ ନିନ୍ଦା କରିଛନ୍ତି ।