ପାଠପଢା ମଝିରେ ଛାତ୍ରଙ୍କୁ ମୁଣ୍ଡ ମାଲିସ୍ କରିବାକୁ କହିଲେ ଶିକ୍ଷକ ! ଭିଡିଓ ହେଲା ଭାଇରାଲ୍ ।

94

ନଗର ନିଗମ ସ୍କୁଲରେ ଉନ୍ନତ ଶିକ୍ଷାବ୍ୟବସ୍ଥା ଆରମ୍ଭ କରିବା ତଥା ଶିକ୍ଷାରେ ସୁଧାର ଆଣିବା ପାଇଁ କୁହାଯାଉଥିବା ବେଳେ ଏବେ ସ୍କୁଲରୁ ଏଭଳି ଭିଡିଓ ସାମ୍ମାକୁ ଆସୁଛି ଯେଉଁଥିରେ ଶିକ୍ଷକ ଛାତ୍ରଛାତ୍ରୀ ମାନଙ୍କୁ ବ୍ୟକ୍ତିଗତ କାମରେ ନିୟୋଜିତ କରୁଛନ୍ତି । କିଛି ଦିନ ପୂର୍ବରୁ ଆମେ ଆପଣଙ୍କୁ ଶିକ୍ଷୟିତ୍ରୀଙ୍କ ସ୍କୁଟି ଧୋଇବା ଏବଂ ସାମଗ୍ରୀ ବୋହିନେଉଥିବା ଛାତ୍ରଛାତ୍ରୀଙ୍କ ବିଷୟରେ କହୁଥିଲୁ ।

କିନ୍ତୁ ବର୍ତ୍ତମାନ ଏଭଳି ଆଉ ଏକ ଭିଡିଓ ସାମ୍ମାକୁ ଆସିଛି ଯେଉଁଥିରେ ଶିକ୍ଷକ ଛାତ୍ରଙ୍କ ଦ୍ୱାରା ନିଜ ମୁଣ୍ଡ ମାଲିସ୍ କରୁଥିବା ଭଳି ଫଟୋ ଭାଇରାଲ୍ ହେଉଛି । ପୁଣି ଘଟଣାଟି ହେଉଛି ଭାରତର ରାଜଧାନୀ ଦିଲ୍ଲୀର । ତେବେ ଏହି ଭିଡିଓ ଭାଇରାଲ୍ ହେବା ପରେ ଶିକ୍ଷା ବ୍ୟବସ୍ଥାର ମାନଦଣ୍ଡ ଦୋହଲି ଯାଇଥିଲା । ବିଭାଗୀୟ ଅଧିକାରୀଙ୍କ କହିବା ଅନୁସାରେ ଶିକ୍ଷକଙ୍କ ବିରୋଧରେ ଆଇନ୍ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଭିଡିଓରେ ଶିକ୍ଷକ ଜଣକ ଆରାମରେ ଚଉକିରେ ଶୋଇଥିବା ବେଳେ ଛାତ୍ରଜଣକ ଶିକ୍ଷକଙ୍କ ମୁଣ୍ଡ ମାଲିସ୍ କରୁଥିବା ଦେଖିବାକୁ ମିଳୁଛି । ଏହି ସମୟରେ ଶିକ୍ଷକ କ୍ଲାସରୁମ୍ କୁ ଭିତରପଟୁ ବନ୍ଦ କରିଥିବା ମଧ୍ୟ ଦେଖିବାକୁ ମିଳିଛି ।