ଦିଲ୍ଲୀ ଦଙ୍ଗଲରେ ପ୍ରଚଣ୍ଡ ବିଜୟ ଅଭିମୁଖେ ବିଜେପି! ଝାଡୁ ଚାଲିଲାନି, ପଦ୍ମ ଫୁଟିଲା

29

ବଦଳିଲା ଦିଲ୍ଲୀ ଲୋକଙ୍କ ହୃଦୟ । ଝାଡୁ ନୁହେଁ ନଗରପାଳିକା ନିର୍ବାଚନରେ ପଦ୍ମ ଫୁଟିଛି । ଆପ୍ ଗଡରେ ବିପୁଳ ବିଜୟ ହାସଲ ଦିଗରେ ବିଜେପି । ଭୋଟ୍ ଗଣତି ଜାରି ରହିଥିବା ବେଳେ ପ୍ରଚଣ୍ଡ ବିଜୟ ଅଭିମୁଖେ ଭାରତୀୟ ଜନତା ପାର୍ଟି । ତେବେ ଦିଲ୍ଲୀରେ କ୍ଷମତାରେ ଥିବା ଆମ୍ ଆଦମୀ ପାର୍ଟି ଆଉ କଂଗ୍ରେସ ମଧ୍ୟରେ ଦ୍ୱିତୀୟ ସ୍ଥାନ ପାଇଁ ଚାଲିଛି ଲଢେଇ । ମୋଟ୍ ୨୭୦ ଆସନରୁ ପାଖାପାଖି ୧୮୦ ଆସନରେ ବିଜେପି ପ୍ରାର୍ଥୀ ଆଗୁଆ ଅଛନ୍ତି ।

ଦିଲ୍ଲୀ ଦଖଲ କରି ସାରା ଦେଶରେ ନିଜର କାୟା ବିସ୍ତାର କରିବାକୁ ଲକ୍ଷ ରଖିଥିବା ଆପକୁ ଲାଗିଛି ବଡ ଝଟକା । କୁହାଯାଉଛି, ନିଜ କାମରେ ଧ୍ୟାନ ନ’ଦେଇ ସବୁବେଳେ ବିବାଦ ଭିତରେ ରହିବା ଓ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିବା ଅରବିନ୍ଦ କେଜରିୱାଲଙ୍କୁ ମହଙ୍ଗା ପଡିଛି । ସେପଟେ ନିର୍ବାଚନ ପାଇଁ ନୂଆ ପ୍ରାର୍ଥୀଙ୍କୁ ସାମ୍ନାକୁ ଆଣି ବିଜେପି ଯେଉଁ କାର୍ଡ ଖେଳିଥିଲା ସେଥିରେ ସଫଳତା ମିଳିଛି ।