ମୟୁରଭଂଜ ଖୁଂଟାରେ ଅଭାବନୀୟ ଘଟଣା : ପୂର୍ବତନ ୱାର୍ଡ ମେମ୍ବରଙ୍କ ହାତଗୋଡ ବାନ୍ଧି ଜାଳିଦେଲେ ଦୁର୍ବୃତ

33

ମୟୁରଭଂଜ : ମୟୁରଭଂଜ ଉଦଳାରେ ଅଭାବନୀୟ ଘଟଣା । ହାତ ଗୋଡ ବାନ୍ଧି ଯୁବକଙ୍କୁ ଜାଳିଦେଲେ ଦୁର୍ବୃତ । ଖୁଂଟା ଥାନା ବଡଅଳିଆ ଆମ୍ବ ବଗିଚା ନିକଟରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି । ଭୋଳାଗଡିଆ ପଂଚାୟତ ଘିଂଗାସାହି ୮ ନମ୍ବର ୱାର୍ଡର ପୂର୍ବତନ ୱାର୍ଡ ମେମ୍ବର ବାଲିଆ ସରେନଙ୍କ ମୃତଦେହ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରିଛି ପୁଲିସ ।

ବାଲିଆ ସରେନଙ୍କ ହାତ ଗୋଡ ଓ ପାଟି ବନ୍ଧା ଯାଇଛି ଥିବାରୁ ଏହା ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି । ପୁଲିସ ଘଟଣାର ତନାଘନା ଜାରି ରଖିଛି । ଆଜି ଘଟଣାସ୍ଥଳରେ ସାଇଂଟିଫିକ ଟିମ୍ ଓ ସନ୍ଧାନି କୁକୁର ପହଂଚି ତଦନ୍ତ କରିବ ।

ଦେଖନ୍ତୁ ଏହି ଭିଡିଓ –