ଛାତ୍ରୀଙ୍କୁ ଅଶ୍ଲୀଳ ଚିତ୍ର ଦେଖାଇ ହଟହଟା ପ୍ରଧାନ ଶିକ୍ଷକ : ରାସ୍ତା ଉପରେ ନିସ୍ତୁକ ଛେଚିଲେ ଅଭିଭାବକ

91

କନକ ବ୍ୟୁରୋ : ଶିକ୍ଷକଙ୍କୁ ମହଙ୍ଗା ପଡିଲା ଛାତ୍ରୀଙ୍କୁ ଅଶ୍ଲୀଳ ଚିତ୍ର ଦେଖାଇବା । କୁନିକୁନି ପିଲାଙ୍କୁ ମୋବାଇଲରେ ଅଶ୍ଲୀଳ ଫଟୋ ଦେଖାଇବା ପରେ ହିନସ୍ତା ହୋଇଛନ୍ତି ଶିକ୍ଷକ । ରାସ୍ତା ଉପରେ ଶିକ୍ଷକଙ୍କୁ ଘୋଷାଡି ଘୋଷାଡି ନିସ୍ତୁକ ପିଟିଛନ୍ତି ଗ୍ରାମବାସୀ ଓ ମହିଳା ଅଭିଭାବକ । ଏଭଳି ଲଜ୍ଜାଜନକ ଘଟଣା ଘଟିଛି ମୟୁରଭଂଜ ଜିଲ୍ଲା ବଡସାହୀ ବ୍ଲକ ମାରକୁଣ୍ଡି ପ୍ରାଥମିକ ବିଦ୍ୟାଳୟରେ ।

ସ୍କୁଲର ପ୍ରଧାନ ଶିକ୍ଷକ ଦୁର୍ଗାଚରଣ ଗିରି ଛାତ୍ରୀଙ୍କୁ ଅଶ୍ଲୀଳ ଚିତ୍ର ଦେଖାଉଥିବା ନେଇ ଗ୍ରାମବାସୀ ଜାଣିବାକୁ ପାଇଥିଲେ । ଆଉ ଏହାପରେ ଯାହା ହୋଇଥିଲା ତାହା ଏବେ ଆପଣଙ୍କ ସାମ୍ନାରେ । ଗତକାଲି ଶିକ୍ଷକ ଜଣଙ୍କୁ ନିସ୍ତୁକ ପିଟିଥିଲେ ଗ୍ରାମବାସୀ । ଶେଷରେ ୩ ଘଂଟା ଧରି ଅଟକ ରହିବା ପରେ ଘଟଣାସ୍ଥଳରେ ପୁଲିସ ପହଂଚି ଦୁର୍ଗାଚରଣ ଗିରିଙ୍କୁ ଉଦ୍ଧାର କରିିଥିଲା । ତେବେ ତାଙ୍କ ବିରୋଧରେ କୌଣସି ମାମଲା ରୁଜୁ ହୋଇନଥିବା ବେଳେ ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଗ୍ରାମବାସୀ ।