ସ୍ୱାଧୀନତାର ୭୨ ବର୍ଷପରେ ବି ଦୁଧିଆଣି ପଂଚାୟତକୁ ନିତିଦିନିଆ ରସ୍ତାଟିଏ ନାହିଁ । ବାଉଁଶ ପୋଲକୁ ଆଶ୍ରାକରି ଲୋକ ପାରି ହେଉଛନ୍ତି ନଦୀ

39

କନକ ବ୍ୟୁରୋ : ସ୍ୱାଧୀନତାର ୭୨ ବର୍ଷ ବିତିଗଲାଣି । କିନ୍ତୁ ରାଜ୍ୟର କିଛି ଅଂଚଳରେ ବିକାଶ ଏବେ ବି ଅପହଂଚ ହୋଇ ରହିଛି । ଏଭଳି ଦୃଶ୍ୟ ଏବେ ଆସିଛି ମୟୁରଭଞ୍ଜ କରଞ୍ଜିଆ ବ୍ଲକ ଦୁଧିଆଣି ପଂଚାୟତରେ । ବର୍ଷାଦିନରେ ଏଠାରେ ଲୋକଙ୍କ ସାହାରା ପାଲଟିଛି ବାଉଁଶ ପୋଲ । ମୟୁରଭଞ୍ଜ ପାଦଦେଶରେ ଥିବା ଦୁଧିଆଣି ପଂଚାୟତର ୮ଟି ଗାଁ ବର୍ଷାଦିନରେ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଥାଏ । ଏହି ୮ଟି ଗାଁକୁ ପ୍ରତିବନ୍ଧକ ସାଜେ ଦେଓ ନଦୀ । ବର୍ଷା ନଦୀରେ ପାଣି ଆସିଲେ ଲୋକେ ଝୁଲା ବାଉଁଶ ପୋଲରେ ବିପଦସଙ୍କୁଳ ଅବସ୍ଥାରେ ଲୋକେ ନଦୀ ପାର ହୁଅନ୍ତି । ଗାଁକୁ ଆମ୍ବୁଲାନସ ବି ଯାଇପାରେନାହିଁ ।

 

ଏ ନେଇ ପ୍ରଶାସନ ପାଖରେ ଅଭିଯୋଗ କରାଯାଇଥିଲେ ବି କୌଣସି ସୁଫଳ ମିଳିନାହିଁ । ଏହି ଚିତ୍ର କେବଳ ମୟୂରଭଞ୍ଜ ନୁହେଁ ବର୍ତ୍ତମାନ ସମୟରେ ଅନେକ ସ୍ଥାନରେ ଏପରି ଛବି ଦେଖିବାକୁ ମିଳୁଛି । ତେବେ ରସ୍ତାରେ ଯିବା ଆସିବାରେ କୈାଣସି ଅସୁବିଧା ରହିବ ନାହିଁ ବୋଲି ସରକାର ଡିଡମ୍ବ ପିଟୁଛନ୍ତି ହେଲେ ଏପରି ଚିତ୍ର ଯାହା କି ପ୍ରକୃତରେ ବିକାଶର ଛବି ଦେଖାଇ ପାରୁଛି । ତେବେ ଘଟଣା ସମ୍ପର୍କରେ ଅନେକ ଥର ଅଭିଯୋଗ ହୋଇଥିଲେ ମଧ୍ୟ କୈାଣସି କାର୍ଯ୍ୟାନୁଷ୍ଠାନ ନେଉ ନଥିବା ଅଭିଯୋଗ ହୋଇଛି । କେବଳ ଏତିକି ନୁହେଁ କେତେ ବେଳେ ବି ଏକ ବଡ ଧରଣର ଦୁର୍ଘଚଣା ହୋଇପାରେ ବୋଲି ଗ୍ରାମବାସୀମାନେ ଆଶଙ୍କା କରିଛନ୍ତି ।