ମୃତ୍ୟୁ ଆସିଲା ଭାଷଣ ବେଳେ: ଲୋୟର ପିଏମଜିରେ ଭାଷଣ ଦେଉଦେଉ ଟଳି ପଡିଲେ ଶିକ୍ଷକ । ସ୍ତବ୍ଧ ଶିକ୍ଷକ ସମାଜ

2,804

କନକ ବ୍ୟୁରୋ: ମୃତ୍ୟୁ ଆସିଲା ଭାଷଣ ବେଳେ । ଭାଷଣ ଦେଉ ଦେଉ ଟଳିପଡିଲେ ଶିକ୍ଷକ । ଭୁବନେଶ୍ୱର ଲୋୟର ପିଏମଜିରେ ଭାଷଣ ଦେଉଦେଉ ଶିକ୍ଷକଙ୍କ ମୃତ୍ୟୁ ହୋଇଛି । ତେବେ ଶିକ୍ଷକ ସଭାରେ ଏଭଳି ଏକ ଘଟଣା ପରେ ସ୍ତବ୍ଧ ହୋଇଯାଇଛନ୍ତି ସମସ୍ତେ ।

ମୃତ୍ୟୁ କାହାକୁ କେଉଁ ମୁହୁର୍ତ୍ତ ଆସିବ ତାହା କହି ହେବ ନାହିଁ । ତେବେ ପିଏମଜିରେ ଟଳି ପଡିଥିବା ପ୍ରାଥମିକ ଶିକ୍ଷକ ଜଣଙ୍କ ହେଉଛନ୍ତି ନିରଞ୍ଜନ ବାରିକ । ମୟୁରଭଞ୍ଜ ଶିକ୍ଷକ ସଂଘର ସଭାପତି ନିରଂଜନ ଭାଷଣ ଦେଉଥିବା ବେଳେ ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଛି ।

ତେବେ ମୃତ୍ୟୁ ପରେ ମୃତ ଶିକ୍ଷକଙ୍କ ପରିବାରରୁ ଜଣକୁ ଚାକିରୀ ଓ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି ହୋଇଛି । ଓଡିଶା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଶରତ ନାୟକ କ୍ଷତିପୂରଣ ଦାବି କରିଛନ୍ତି ।