ମୟୁରଭଞ୍ଜରେ ୧୨ ଘଂଟିଆ ବନ୍ଦ ପାଳନ ! ହାଇକୋର୍ଟ ବେଂଚ ସହ ୩ ଦଫା ଦାବିରେ ଝାଡଖଣ୍ଡ ମୁକ୍ତି ମୋର୍ଚାର ବନ୍ଦ ଡାକରା ।

28

କନକ ବ୍ୟୁରୋ : ମୟୁରଭଂଜରେ ୧୨ ଘଂଟିଆ ବନ୍ଦ ପାଳନ । ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ପକ୍ଷରୁ ୧୨ ଘଂଟିଆ ମୟୁରଭଂଜ ବନ୍ଦ ଡାକରା ଦିଆଯାଇଛି । ସକାଳ ୬ ଟାରୁ ସଂଧ୍ୟା ୬ଟା ଯାଏଁ ବନ୍ଦ ଡାକରା ଦିଆଯାଇଛି ।

ବାରିପଦାରେ ହାଇକୋର୍ଟ ସ୍ଥାୟୀ ବେଂଚ୍ ପ୍ରତିଷ୍ଠା ସହ ୩ ଦଫା ଦାବି ନେଇ ବନ୍ଦ ପାଳନ କରାଯାଉଛି । ଏନେଇ ସକାଳୁ ସକାଳୁ ରାଇରଙ୍ଗପୁର, ଉଦଳା ଏବଂ ବିଭିନ୍ନ ସ୍ଥାନରେ ଜେଏମଏମ୍ କର୍ମୀ ପିକେଟିଂ କରିବା ଆରମ୍ଭ କରିଛନ୍ତି । ବନ୍ଦ ଡାକରାର ପ୍ରଭାବ ବାରିପଦା ସହରରେ ପଡିଥିବା ଦେଖିବାକୁ ମିଳିଛି । ଦୋକାନ ବଜାର, ଶିକ୍ଷାନୁଷ୍ଠାନ ସହ ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ରହିଛି ।