କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁରେ କୋର୍ଟରେ ମାମଲା । ଜାତିଆଣ ଆକ୍ଷେପ, ସମ୍ମାନହାନୀ ମାମଲା କଲେ ମୟୂରଭଞ୍ଜ ସାଂସଦ ।

306

କନକ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁରେ କୋର୍ଟରେ ଅଭିଯୋଗ ହୋଇଛି ଅଭିଯୋଗ । ମୟୁଭଞ୍ଜ ସାଂସଦ ରାମଚନ୍ଦ୍ର ହାଁସଦା ଧର୍ମେନ୍ଦ୍ରଙ୍କ ନାଁରେ ମୟୁରଭଞ୍ଜ ଜିଲ୍ଲା ଦୌରାଜଜ କୋର୍ଟରେ ଅଭିଯୋଗ କରିଛନ୍ତି । ସାଂସଦ ରାମଚନ୍ଦ୍ରଙ୍କ ଅଭିଯୋଗ ମୁତାବକ ଗତ ଜାନୁୟାର ୫ ତାରିଖ ଦିନ ପ୍ରଧାନମନ୍ତ୍ରୀଙ୍କ ବାରିପଦା ଗସ୍ତ ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାମଚନ୍ଦ୍ରଙ୍କ ନା ନେଇ ଜେଲ୍ ଯିବା ପ୍ରସଙ୍ଗରେ ଆକ୍ଷେପ କରିଥିଲେ ।

dharmendra pradhanଯାହାକୁ ନେଇ ସାଂସଦ ହାଁସଦା ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏନେଇ ପ୍ରଥମେ ବାରିପଦା ଟାଉନ୍ ଥାନାରେ ଅଭିଯୋଗ କରିବା ପାଇଁ ଯାଇଥିଲେ ହାଁସଦା କିନ୍ତୁ ପୋଲିସ୍ ସେଠାରେ ତାଙ୍କ କଥା ଶୁଣିନଥିଲେ । ପରେ ବାଧ୍ୟ ହୋଇ ଆଜି ଜିଲ୍ଲା ଦୌରାଜଜ କୋର୍ଟରେ ଧର୍ମେନ୍ଦ୍ରଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ହାଁସଦା ।

ସାଂସଦ ହାଁସଦାଙ୍କ କହିବା ମୁତାବକ ତାଙ୍କ ଜେଲ୍ ଯାଇଥିବା ପ୍ରସଙ୍ଗ ଏବେ ବି କୋର୍ଟରେ ବିଚାରଧୀନ ଅଛି । ତେଣୁ ସାଧାରଣ ସଭାରେ ଧର୍ମେନ୍ଦ୍ରଙ୍କ ଏଭଳି ମନ୍ତବ୍ୟ ଜଣେ ଆଦିବାସୀ ନେତା ହୋଇଥିବାରୁ ଆଦିବାସୀଙ୍କ ପ୍ରତି ସେ ଅପମାନ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ସାଂସଦ ରାମଚନ୍ଦ୍ର ହାଁସଦା । ତେବେ ଏନେଇ ଜିଲ୍ଲା ଦୌରାଜଜଙ୍କୁ ଧର୍ମେନ୍ଦ୍ରଙ୍କ ଅଡ଼ିଓ କ୍ଲପ୍ ଏବଂ ୧୩ ଜଣ ସାକ୍ଷ୍ୟ ପ୍ରମାଣ କୋର୍ଟକୁ ଦେଇଛନ୍ତି ହାଁସଦା ।