ମୟୁରଭଂଜ : ପ୍ରେମିକର ଛୁରୀମାଡରେ ପ୍ରେମିକା ଗୁରୁତର

17

କନକ ବ୍ୟୁରୋ : ପ୍ରେମିକର ଛୁରାମାଡରେ ପ୍ରେମିକା ଗୁରୁତର । ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହେବାରୁ ଏଥିରେ ଉତକ୍ଷିପ୍ତ ହୋଇ ପ୍ରେମିକ ଜଣକ ପ୍ରେମିକାଙ୍କୁ ଛୁରୀରେ ଆକ୍ରମଣ କରିଥିଲେ । ଏଥିରେ ପ୍ରେମିକା ଜଣକ ଗୁରୁତର ଆହତ ହୋଇଛନ୍ତି । ଘଟଣାଟି ଘଟିଛି ମୟୁରଭଂଜ ଜିଲ୍ଲା ଜାମଦାର ସାନକୁଲେଇବିରା ଗାଁରେ ।

ଗଂଜାମ ଜିଲ୍ଲା ପୁରୁଷୋତ୍ତମପୁରର କୃଷ୍ଣଚନ୍ଦ୍ର ଶତପଥି ଏହି କାଣ୍ଡ ଭିଆଇଛନ୍ତି । ଘଟଣା ପରେ କୃଷ୍ଣଚନ୍ଦ୍ର ନିଜେ ମଧ୍ୟ ଛୁରୀରେ କାଟି ହୋଇ ଆହତ ହୋଇଥିବାରୁ ଉଭୟଙ୍କୁ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତିି କରାଯାଇଛି । ଜାମଦା ପୁଲିସ ଘଟଣାର ଛାନଭିନ୍ ଆରମ୍ଭ କରିଛି ।