ମୟୂରଭଂଜ : ସ୍କୁଲ ଅଧ୍ୟକ୍ଷଙ୍କ ବଦଳି ଦାବିରେ ରାସ୍ତାକୁ ଓହ୍ଲାଇଲେ ଆଦର୍ଶ ସ୍କୁଲର ଛାତ୍ରଛାତ୍ରୀ

26

କନକ ବ୍ୟୁରୋ : ରାସ୍ତାରେ ଆଦର୍ଶ ସ୍କୁଲର ଛାତ୍ରଛାତ୍ରୀ । ସ୍କୁଲ ଅଧ୍ୟକ୍ଷଙ୍କ ବଦଳି ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ । ସ୍କୁଲରୁ ବାହାରି ୫ କିଲୋମିଟର ବାଟ ଚାଲିବା ପରେ ରାସ୍ତାରେ ବସିଛନ୍ତି ଛାତ୍ରଛାତ୍ରୀ । ରାସ୍ତାକୁ ଆସିଛନ୍ତି ମୟୂରଭଂଜ ଜିଲ୍ଲା ଉଦଳା ଧାନଘେରାରେ ଥିବା ରାଜ୍ୟ ସରକାରଙ୍କ ଆଦର୍ଶ ସ୍କୁଲର ଛାତ୍ରଛାତ୍ରୀ । ସ୍କୁଲର ପ୍ରିନସପାଲଙ୍କ ମନମୁଖୀ କାର୍ଯ୍ୟର ପ୍ରତିବାଦରେ ତାଙ୍କର ବଦଳି ଦାବି ଯୋର ଧରିଛି । ଛାତ୍ରଛାତ୍ରୀ ସ୍କୁଲରୁ ଶୋଭାଯାତ୍ରାରେ ବାହାରି ୫ କିଲୋମିଟର ରାସ୍ତା ଆସି ୧୯ ନମ୍ବର ଉଦଳା-ବାରିପଦା ଜାତୀୟ ରାଜପଥ ବି.ସି.ପୁର ନିକଟରେ ରାସ୍ତାରୋକ କରିଛନ୍ତି ।