ମୟୁରଭଞ୍ଜ : ଉପଯୁକ୍ତ ଡ୍ରେସକୋଡ୍ ନଥିବାରୁ ହୋମଗାର୍ଡଙ୍କୁ ଦଣ୍ଡ, ଅଫିସର ଆଣ୍ଠେଇଲେ ୨ ମନିଟ

29

କନକ ବ୍ୟୁରୋ : ଉପଯୁକ୍ତ ଡ୍ରେସକୋଡରେ ନଥିବାରୁ ହୋମଗାର୍ଡଙ୍କୁ ଦଣ୍ଡ ଦିଆଯାଇଛି । ସଂପୃକ୍ତ ହୋମଗାର୍ଡଙ୍କୁ ଆଣ୍ଠେଇ ଦେଇଛନ୍ତି ରିଜର୍ଭ ଇନସ୍ପେକ୍ଟର । ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବାରିପଦା ହୋମଗାର୍ଡ ଅଫିସ ସାମ୍ନାରେ । ଆଣ୍ଠେଇଥିବା ହୋମଗାର୍ଡଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ଅଛନ୍ତି ।

ଖବର ଅନୁସାରେ, ଚେକିଂ ବେଳେ ଏମାନେ ଠିକ ୟୁନିଫର୍ମ ପିନ୍ଧିନଥିଲେ । ଏହି ଘଟଣା ୨୫ ତାରିଖର ବୋଲି ଜଣାଯାଇଛି । ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଘଟଣା ନେଇ ହୋମଗାର୍ଡ ଡିଜି ବିନୟ ବେହେରା ରିପୋର୍ଟ ମାଗିଛନ୍ତି ।