ମୟୁରଭଂଜ : ବିଜାତଳା ବ୍ଲକ ଜୁଡିଆ ଗାଁ ଖଡିଆ ସାହିରେ ନାହିଁ ନଥିବା ସମସ୍ୟା,ଭୋଟ ବର୍ଜନ ନିଷ୍ପତି ନେଲେ ସାହି ବାସିନ୍ଦା

26

କନକ ବ୍ୟୁରୋ : ମୟୁରଭଂଜ ଜିଲ୍ଲା ବିଜାତଳା ବ୍ଲକ ଅନ୍ତର୍ଗତ ଜୁଡିଆ ଗାଁ ଖଡିଆ ସାହିରେ ବିଭିନ୍ନ ସମସ୍ୟା ମୁଣ୍ଡ ଟେକିଛି । ଗାଁରେ ୨୫୦ରୁ ଅଧିକ ଲୋକ ବାସ କରୁଥିବାବେଳେ ନାହିଁ ନଥିବା ସମସ୍ୟା ଦେଇ ଗତି କରୁଛନ୍ତି । ଏନେଇ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କେହି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି ।

ଏପରିକି ଭାରତ ସରକାର ଓ ରାଜ୍ୟ ସରକାରଙ୍କ ରାଜୀବ ଜ୍ୟୋତି ଓ ବିଜୁ ଜ୍ୟୋତି ଯୋଜନାରୁ ମଧ୍ୟ ଏମାନେ ବଂଚିତ ହୋଇଛନ୍ତି । ରାସ୍ତାଘାଟ, ବିଜୁଳି, ପାନୀୟ ଜଳ ଆଦି ସମସ୍ତ ପ୍ରକାର ଯୋଜନା ଏମାନଙ୍କ ପାଖରେ ଅପହଂଚ ପାଲିଟିଛି । ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ ସତ୍ୱେ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ଚଳିତ ପଂଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ନିଷ୍ପତି ନେଇଛନ୍ତି ଖଡିଆ ସାହି ବାସିନ୍ଦା ।

ଦେଖନ୍ତୁ ଏହି ଭିଡିଓ :