ଇଟାଲୀ ମହିଳା ଶିଖାଉଛନ୍ତି ଛଉ ନୃତ୍ୟ ! ଆର୍ନ୍ତଜାତୀୟ ସ୍ତରରେ ପହଚାଂଇବା ପାଇଁ ଅଂଟା ଭିଡିଛନ୍ତି ପଦ୍ମଶ୍ରୀ ଆଲିଆନା ଚିତାରିଷ୍ଟ

3

କନକ ବ୍ୟୁରୋ: ମୟୁରଭଂଜ କହିଲେ ଛଉ ନୃତ୍ୟକୁ ବୁଝାଏ । ଆଉ ଏବେ ଏହି ଛଉ ନୃତ୍ୟକୁ ଆର୍ନ୍ତଜାତୀୟ ସ୍ତରରେ ପହଚାଂଇବା ପାଇଁ ଅଂଟା ଭିଡିଛନ୍ତି ପଦ୍ମଶ୍ରୀ ଆଲିଆନା ଚିତାରିଷ୍ଟ । ନୃତ୍ୟଶିଳ୍ପୀଙ୍କୁ  ଦେଉଛନ୍ତି ସ୍ୱତନ୍ତ୍ର ପ୍ରଶିକ୍ଷଣ ।

ଇଟାଲୀ ମହିଳା ଶିଖାଉଛନ୍ତି ଛଉ ନୃତ୍ୟ । ଗୀତରେ ତାଳେ ତାଳେ ନାଚୁଛନ୍ତି ନୃତ୍ୟଶିଳ୍ପୀ । ମୟୁରଭଂଜ ସଂସ୍କୃତଭବନରେ ଏମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି ପଦ୍ମଶ୍ରୀ ଆଲିଆନା ଚିତାରିଷ୍ଟ । ଛଉ ନୃତ୍ୟ ସମୟରେ ପାଦର ତାଳ, ଅଂଟାର ଭଙ୍ଗୀ ଓ ହାତର ମୋଡ କିପରି ରହିବ ସେ ନେଇ ଅତି ସୁନ୍ଦର ଭାବେ ନୃତ୍ୟଶିଳ୍ପୀଙ୍କୁ ଶିଖାଉଛନ୍ତି ଆଲିଆନା । ରାମାୟଣ  ଓ ମହାଭାରତର କଥା ବସ୍ତୁକୁ ନେଇ ପ୍ରସ୍ତୁତ ହୋଇଛି ଛଉ ନୃତ୍ୟର ବିଭିନ୍ନ ଅଧ୍ୟାୟ । ଜଣେ ଅନ୍ତର୍ଜାତୀୟ ଖ୍ୟାତି ସଂପନ୍ନ ପଦ୍ମଶ୍ରୀ ଆଲିଆନାଙ୍କଠାରୁ ପ୍ରଶିକ୍ଷଣ ପାଇ ନୃତ୍ୟଶିଳ୍ପୀ ବେଶ ଖୁସି ଅଛନ୍ତି ।

୪୯ ବର୍ଷ ବୟସ୍କା ଇଟାଲି ମହିଳା ପଦ୍ମଶ୍ରୀ ଆଲିଆନା ଚିତାରିଷ୍ଟ ମୟୁରଭଂଜରେ ଅନେକ ସମୟ ରହି ଛଉ ନୃତ୍ୟ ଶିଖିଛନ୍ତି । ମୟୁରଭଂଜ ଛଉକୁ ଅତି ଭଲ ପାଉଥିବା ଆଲିଆନା ଏବେ ଅନ୍ତର୍ଜାତୀୟ ସ୍ତରରେ ଛଉ ନୃତ୍ୟକୁ ପହଚାଂଇବା ପାଇଁ ଅଂଟା ଭିଡିଛନ୍ତି ।

Comments are closed.