ରିଷି ହତ୍ୟା ଓ ସେକ୍ସ ସିଡି ଘଟଣାରେ ନୂଆ ମୋଡ : ଡିସିପିଙ୍କ ଆଗରେ ବୟାନ ଦେଲେ ମୃତକଙ୍କ ୩ ବନ୍ଧୁ

49

କନକ ବ୍ୟୁରୋ : ଖୋଲିବ ରିଷି ମୃତ୍ୟୁ ରହସ୍ୟ ଓ ବିବାଦୀୟ ସେକ୍ସ ସିଡିର ଗୁମର । ଆଜି ରିଷି ମହାନ୍ତିଙ୍କ ୩ ଜଣ ବନ୍ଧୁ ଡିସିପିଙ୍କ କାର୍ଯ୍ୟାଳୟରେ ଡିସିପି ସତ୍ୟବ୍ରତ ଭୋଇ ଓ ତଦନ୍ତ ଦାୟିତ୍ୱରେ ଥିବା ଜୋନ ୩ – ଏସିପି ତପନ ପଟ୍ଟନାୟକ ଆଗରେ ବୟାନ ଦେଇଛନ୍ତି । ସେମାନଙ୍କ ବୟାନ ୧୬୧ ଧାରାରେ ରେକର୍ଡ ହୋଇଛି । ଏହି ତିନି ବନ୍ଧୁ ବିବାଦୀୟ ସେକ୍ସ ସିଡି ଓ ରିଷି ମର୍ଡର ନେଇ ବହୁ ବିସ୍ଫୋରକ ତଥ୍ୟ ଦେଇଥିବା ଜଣାପଡିଛି । ସେମାନଙ୍କ ବୟାନ ତଦନ୍ତକୁ ଅଧିକ ବଳିଷ୍ଠ କରିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ।

ଏହା ସହ ଦେଖନ୍ତୁ ଆସିଲା ରିଷିଙ୍କ ଭିସେରା ରିପୋର୍ଟ ! କମିଶନରେଟ୍ ପୁଲିସ୍ କହିଲା ରିପୋର୍ଟର ହେବ ଡାକ୍ତରୀ ଯାଂଚ