ମେୟରଙ୍କୁ ନେଇ ଜୋର ଧରୁଛି ରାଜନୀତି : ଆଜି ଭୁବନେଶ୍ୱରର ୧୨ ଟି ସ୍ଥାନରେ ବିକ୍ଷୋଭ କରିବ ବିଜେପି

32

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସେକ୍ସ ସିଡିକୁ ନେଇ ମେୟରଙ୍କ ପାଇଁ ଅଡୁଆ ବଢୁଛି । ହୋ ହାଲ୍ଲାରେ କମ୍ପୁଛି ରାଜଧାନୀ ଭୁବନେଶ୍ୱର । ଶାସକ ଦଳକୁ ଟାର୍ଗେଟ କରୁଛନ୍ତି ରାଜ୍ୟ କଂଗ୍ରେସ ଓ ବିଜେପି । ଆଜି ରାଜଧାନୀରେ ୧୨ଟି ସ୍ଥାନରେ ବିକ୍ଷୋଭ କରିବ ବୋଲି ଚେତାବନୀ ଦେଇଛି ରାଜ୍ୟ ବିଜେପି । ମୁଖ୍ୟମନ୍ତ୍ରୀ ମେୟରଙ୍କୁ ଇସ୍ତଫା ଦେବା ପାଇଁ ନିର୍ଦ୍ଦେଶ ଦିଅନ୍ତୁ ଏବଂ ତାଙ୍କୁ ଦଳରୁ ବହିଷ୍କାର କରି ଏକ ନିରପେକ୍ଷ ତଦନ୍ତ କରାଯାଉ ବୋଲି ବିଜେପି କହିଛି ।