ଯୌନ କେଳେଙ୍କାରୀ ଅଭିଯୋଗ ନେଇ ଜୋର ଧରିଲା ରାଜନୀତି : ଆସନ୍ତାକାଲି ବିଜେପିର ଚକା ଜାମ୍ ଡାକରା

55

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନାଙ୍କ ନାଁରେ ଯୌନ କେଳେଙ୍କାରୀ ଅଭିଯୋଗ ନେଇ ଜୋର ଧରିଲା ରାଜନୀତି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି କରିବା ସହ ଆସନ୍ତାକାଲି ଚକା ଜାମ୍ ଡାକରା ଦେଇଛି ବିଜେପି । ସମସ୍ତ ଏନଏସି ଓ ମ୍ୟୁନିସିପାଲିଟିରେ ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ଚକାଜାମ୍ ଆନ୍ଦୋଳନ କରାଯିବ ।

ଏହା ସହ ଆଜି ସଂଧ୍ୟାରେ ଭୁବନେଶ୍ୱରର ରାଜମହଲ ଛକରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ପିକେଟିଂ କରାଯିବ । ଏହା ସହ ଋଷି ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ ଦାବି କରିବା ସହ ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ ବୋଲି ଦାବି କରିଛନ୍ତି ବରିଷ୍ଠ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ । ନ୍ୟୁଜ୍ ସହିତ ଦେଖନ୍ତୁ ଏହି ଭିଡିଓ :