ଅନନ୍ତ ଅନୁପସ୍ଥିତ ! ବିଜେଡି ପ୍ରତିଷ୍ଠା ଦିବସକୁ ଆସିଲେନି ମେୟର

49

କନକ ବ୍ୟୁରୋ : ବିଜେଡିରେ ମେୟର ଅନନ୍ତ ନାରାୟଣ ଜେନାକୁ ନେଇ ଅସନ୍ତୋଷ । ଦଳର ପ୍ରତିଷ୍ଠା ଦିବସରେ ମେୟରଙ୍କ ଦେଖା ମିଳିଲାନି । ୧୩ ବର୍ଷରେ ପ୍ରଥମ ଥର ପାଇଁ ଭୁବନେଶ୍ୱର ପ୍ରଥମ ନାଗିରକ ମେୟରଙ୍କ ବିନା ପାଳନ ହେଲା ପ୍ରିତଷ୍ଠା ଦିବସ । ଚର୍ଚ୍ଚା ହେଉଛି, ବିବାଦୀୟ ସିଡି ଓ ଋଷି ମୃତ୍ୟୁ ମାମଲାରେ ମେୟରଙ୍କ ସଂପୃକ୍ତି ଅଭିଯୋଗ ଯୋଗୁ ଦଳୀୟ ହାଇକମାଣ୍ଡ ତାଙ୍କୁ ପ୍ରତିଷ୍ଠା ଦିବସରୁ ଦୂରରେ ରଖିଲେ ।

ତେବେ ମେୟରଙ୍କ ଅନୁପସ୍ଥିତିରୁ ସୃଷ୍ଟି ହୋଇଛି ଅନେକ ପ୍ରଶ୍ନ

• ବିବାଦୀୟ ସିଡି ଓ ଋଷି ମୃତ୍ୟୁ ମାମଲାରେ ମେୟରଙ୍କ ଉପରେ ନବୀନ କଣ ଖପ୍ପା?

• ମେୟରଙ୍କ ବିରୋଧରେ ଋଷି ସାଙ୍ଗଙ୍କ ବୟାନରୁ କିଛି ଖୋରାକ୍ ମିଳିଛି କି?

• ସିଡିର ସତ୍ୟତା ନେଇ ନବୀନଙ୍କ କାନରେ ମେୟରଙ୍କ ବିରୋଧରେ କିଛି ଖବର ପହଂଚିଛି କି?

ଶୁଣିବାକୁ ମିଳିଛି, ପ୍ରତିଷ୍ଠା ଦିବସ ପୂର୍ବ ସଂଧ୍ୟା ଯାଏ ଦଳୀୟ କାର୍ଯ୍ୟାଳୟରେ ଆୟୋଜନ କାର୍ଯ୍ୟରେ ଥିଲେ ମେୟର । ହେଲେ ହଠାତ୍ ଏକ ଫୋନ୍ କଲରେ ବିଚଳିତ ହୋଇ ସେ ପଳାଇଲେ । ହୁଏତ ପ୍ରତିଷ୍ଠା ଦିବସରେ ଯୋଗ ନ ଦେବା ପାଇଁ ଦଳୀୟ ହାଇକମାଣ୍ଡ ପକ୍ଷରୁ ଏହି ଫୋନ୍ କଲ ଆସିଥିବା ଚର୍ଚ୍ଚା ହେଉଛି ।