ସୁନ୍ଦର ନୁହେଁ ସୁନ୍ଦରୀ ଯୁବକ ! “ମେବଲିନ୍ ନ୍ୟୁୟର୍କ’ର ନୂଆ ବ୍ରାଣ୍ଡ ଆମ୍ବାସଡର୍

36

ମୁଖ୍ୟତଃ ଯୁବତୀ ଓ ସ୍ତ୍ରୀଲୋକ ମାନେ ପ୍ରସାଧନ ସାମଗ୍ରୀ କିମ୍ବା ମେକଅପ କରିବା ପାଇଁ ଅଧିକ ପସନ୍ଦ କରନ୍ତି । ଏପରି ଗୁଣ ସ୍ତ୍ରୀ ଲୋକଙ୍କ ସହଜାତ ପ୍ରକୃତି ହେବା ସହ ସେମାନେ ଏଥିରେ ଖୁବ ଅଭିଜ୍ଞ ମଧ୍ୟ ଥାଆନ୍ତି । କିନ୍ତୁ ଏସବୁ ମାନ୍ୟତାକୁ ଭାଙ୍ଗି ଆମରିକାର ଜଣେ ଯୁବକ । ମେକଅପ ଦୁନିଆରେ ଏପରି କାରନାମା କରିଛନ୍ତି ଯାହା ପାଇଁ ସେ ଏବେ ଚର୍ଚ୍ଚାରେ ।

ମ୍ୟାନି ଗୁଟିରେଜ ନାମକ ଏଇ ଯୁବକ “ମେବଲିନ ନ୍ୟୁୟକðð’ କସମେଟିକ ବ୍ରାଣ୍ଡର ମେକଅପ ସାମଗ୍ରୀର ବ୍ରାଣ୍ଡ ଆମ୍ବାସଡର ହୋଇଛନ୍ତି । ମ୍ୟାନିଙ୍କୁ ଛୋଟବେଳୁ ହିିଁ ମେକଅପ କରିବାକୁ ଖୁବ ଭଲଲାଗେ । ମେକ ଅପ କରିବାର ସଉକ୍ ସେ ନିଜ ମାଙ୍କୁ ଦେଖି ଶିଖିଥିବା କହିଛନ୍ତି । ଇନଷ୍ଟାଗ୍ରମାରେ ତାଙ୍କର ୩ ମିଲିୟନ ଫଲୋୟର୍ସ ଓ ୟୁଟ୍ୟୁବରେ ୨ ମିଲିୟନ ସବସ୍କ୍ରାଇଇବର ଅଛନ୍ତି । ତାଙ୍କର ଏଇ ନିଆରା ରୁଚି ପାଇଁ ଦୁନିଆର ପ୍ରସିଦ୍ଧ ମଡେଲ ମାନଙ୍କ ସହ ମ୍ୟାନି କାମ କରି ସାରିଛନ୍ତି ।