ଟ୍ୱିଟରରେ ପ୍ରବେଶ କଲେ ମାୟାବତୀ ! ୮ ଘଣ୍ଟାରେ ଫଲୋଅର୍ସଙ୍କ ସଂଖ୍ୟା ହେଲା ୩୦ ହଜାର ।

141

ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି ବହୁଜନ ସମାଜ ପାର୍ଟିର ମୁଖ୍ୟ ମାୟାବତୀ ଏବେ ଟ୍ୱିଟରରେ ଯୋଗ ଦେଇଛନ୍ତି । ମାୟାବତୀଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡଲରେ ଫଲୋଅର୍ସଙ୍କ ସଂଖ୍ୟା କିଛି ସମୟ ମଧ୍ୟରେ ଦ୍ରୁତରେ ବଢୁଛି । ମାତ୍ର ୮ ଘଣ୍ଟା ସମୟରେ ମାୟାବତୀଙ୍କ ଟ୍ୱିଟରରେ ଫଲୋଅର୍ସଙ୍କ ସଂଖ୍ୟା ୪ ହଜାରରୁ ଆରମ୍ଭ କରି ୩୨ ହଜାର ପର୍ଯ୍ୟନ୍ତ ପହଚିଂଯାଇଛି । ବୁଧବାର ସକାଳ ୧୦ ଟା ସମୟରେ ତାଙ୍କ ଟ୍ୱିଟର ହ୍ୟାଣ୍ଡଲରେ ୪ ହଜାର ଲୋକ ଫଲୋ କରିଥିବା ବେଳେ ଯାହା ସନ୍ଧ୍ୟା ୭ ଟା ବେଳେ ୩୦ ହଜାର ହୋଇଯାଇଥିଲା ।

ଏଭଳି ଭାବେ ବଢିଗଲା ଫଲୋଅର୍ସଙ୍କ ସଂଖ୍ୟା :

ୟୁଜର୍ସଙ୍କୁ ଯେମିତି ମାୟାବତୀଙ୍କ ଟ୍ୱିଟରରେ ପ୍ରବେଶର ଖବର ମିଳିଲା , ତାଙ୍କୁ ଫଲୋ କରିବାକୁ ଲୋକଙ୍କ ଗହଳି ଜମିଗଲା । ଅଧିକ ଫଲୋଅର୍ସ ବହୁଜନ ସମାଜ ପାର୍ଟିର ବିଚାରଧାରାକୁ ସମର୍ଥନ କରୁଛନ୍ତି ଏବଂ ବିଏସପିର ସମର୍ଥକ ଅଟନ୍ତି । ଏହାଛଡା ବିଭିନ୍ନ ଦଳର ନେତା ଏବଂ ପତ୍ରକାର ମଧ୍ୟ ତାଙ୍କୁ ଟ୍ୱିଟରରେ ଫଲୋ କରିବା ଆରମ୍ଭ କରିଦେଇଛନ୍ତି । ତେଜସ୍ୱୀ ଯାଦବ ଏବଂ ଟିଏମସି ନେତା ଡେରେକ୍ ଓ ବ୍ରାୟନ୍ ମଧ୍ୟ ତାଙ୍କୁ ଫଲୋ କରିଛନ୍ତି ।