ମୋଦି ସରକାରର ଅଘୋଷିତ ଏମରଜେନ୍ସୀରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ୧୩୦ କୋଟି ଜନତା : ମାୟାବତୀ

98

ବହୁଜନ ସମାଜ ପାର୍ଟି (ବସପା) ସୁପ୍ରିମୋ ମାୟାବତୀ ମୋଦି ସରକାରଙ୍କ ଉପରେ ଆଉ ଥରେ ଟାର୍ଗେଟ୍ କରିଛନ୍ତି । ସେ ମୋଦିଙ୍କୁ ଟାର୍ଗେଟ୍ କରି କହିଛନ୍ତି ମୋଦି ସରକାରଙ୍କ ଅଘୋଷିତ ଏମରଜେନ୍ସୀ କାରଣରୁ ୧୩୦ କୋଟି ଜନତା ଅସୁବିଧାରେ ପଡିଲେ । ତେବେ ବର୍ତ୍ତମାନ ସେ ଏବେ ଏହି ସରକାରରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି । ମାୟାବତୀ ଟ୍ୱିଟ୍ କରି ଲେଖିଛନ୍ତି , କଂଗ୍ରେସ ପାର୍ଟି ଇନ୍ଦିରା ଗାନ୍ଧୀ ସରକାର ଥିବା ସମୟରେ ଏମରଜେନ୍ସୀର ବୋଝକୁ ଉଠାଇଥିଲେ । ବିଜେପିର ନରେନ୍ଦ୍ର ମୋଦି ସରକାର ମଧ୍ୟରେ ଅଘୋଷିତ ଏମରଜେନ୍ସୀ ସହ ବିମୁଦ୍ରୀକରଣ ତଥା ଆର୍ଥୀକ ଏମରଜେନ୍ସୀର ମାଡରେ ୧୩୦ କୋଟି ଲୋକ ନାହିନଥିବା ଅସୁବିଧାର ସମ୍ମୁଖୀନ ହେଲେ । ବର୍ତ୍ତମାନ ଏହି ନିରଙ୍କୁଶ ଜନବିରୋଧୀ ସରକାରରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ।

Moneycontrol

ଏହା ପୁର୍ବରୁ ବସପା ପ୍ରମୁଖ ଟ୍ୱିଟ୍ କରି ଲେଖିଥିଲେ ବିଜେପି ଏବଂ ଆରଏସଏସ ଲୋକମାନେ ମୋଦିଙ୍କୁ ଭାରତ ତଥା ଭାରତକୁ ମୋଦି କହିବାର ଭୁଲ୍ କରି ଲୋକତନ୍ତ୍ରକୁ ଅସମ୍ମାନ କରିସାରିଛନ୍ତି । ଯେଭଳି କଂଗ୍ରେସ ପୂର୍ବରୁ ଇନ୍ଦିରା ଗାନ୍ଧୀଙ୍କୁ ଭାରତର ଏବଂ ଭାରତକୁ ଇନ୍ଦିରାଙ୍କ କହି ଭୁଲ୍ କରିସାରିଛି । ଏହା ଅତି ଦୁଃଖ ଏବଂ ଅତି ନିନ୍ଦନୀୟ ବିଷୟ ଅଟେ । ସାଧାରଣ ଜନତା ଏମାନଙ୍କୁ କେବେ ବି କ୍ଷମା କରିପାରିବ ନାହିଁ । ମାୟାବତୀ ଏହା ପୂର୍ବରୁ କହିଥିଲେ ବିଜେପର ନେତା ବସପା-ସପା-ରାଲୋଦ୍ ଗଠବନ୍ଧନ ହାତରେ ହାରିବା ଭୟରେ ଅତ୍ୟଧିକ ଭୟଭୀତ ହୋଇଯାଇଛନ୍ତି । ଯେଉଁଥିପାଇଁ ଗଠବନ୍ଧନ ବଦଳରେ ଜାତିବାଦ ତଥା ଅନର୍ଗଳ ବୟାନ ଦେବାରେ ସମୟ ଅପଚୟ କରୁଛନ୍ତି ।