ୟୁପି ବିଧାନସଭା ଉପନିର୍ବାଚନରେ ଏକାକୀ ନିର୍ବାଚନ ଲଢ଼ିବ ବିଏସପି ! ଘୋଷଣା କଲେ ମାୟାବତୀ

48

କନକ ବ୍ୟୁରୋ : ଉତ୍ତର ପ୍ରଦେଶ ଏସପି-ବିଏସିପି ମେଂଟ ରାଜନୀତିରେ ଏକ ନୂଆ ମୋଡ଼ । ୟୁପି ବିଧାନସଭା ଉପନିର୍ବାଚନରେ ବିଏସପି ଏକାକୀ ନିର୍ବାଚନ ଲଢ଼ିବ ବୋଲି ମାୟାବତୀ ଘୋଷଣା କରିଛନ୍ତି । ବିଧାନସଭା ଉପନିର୍ବାଚନରେ ସମାଜବାଦୀ ପାର୍ଟି ସହ ବିଏସପିର ମେଂଟ ହେବନି । ରାଜ୍ୟସଭା ଉପନିର୍ବାଚନ ପରେ ବିଏସପି ଓ ଏସପି ଏକାଠି ହୋଇ ଆଗକୁ ବଢ଼ିବେ ବୋଲି ମାୟାବତୀ କହିଥିଲେ । ରାଜ୍ୟସଭା ନିର୍ବାଚନରେ ବିଏସପି ପ୍ରାର୍ଥୀ ହାରିଯାଇଥିଲେ ମଧ୍ୟ ଅଖିଳେଶ ଯାଦବଙ୍କ ଏସପି ପକ୍ଷରୁ ଭରପୁର ସମର୍ଥନ ମିଳିଥିଲା ।

ବିଏସପି ଓ ଏସପି ମେଣ୍ଟକୁ ଆହୁରି ଦୃଢ଼ କରାଯିବ ବୋଲି ଉଭୟ ମାୟାବତୀ ଓ ଅଖିଳେଶ କହିଥିଲେ । ଉତ୍ତର ପ୍ରଦେଶ ଲୋକସଭା ଉପନିର୍ବାଚନ ବେଳେ ମାଷ୍ଟରଷ୍ଟ୍ରୋକ ଖେଳି ମାୟାବତୀ ରାଜନୀତିର ନୂଆ ସମୀକରଣ ଗଢ଼ିଥିଲେ । ବିଜେପି ପ୍ରାର୍ଥୀଂକୁ ପରାସ୍ତ କରିବାକୁ ସମାଜବାଦୀ ପାର୍ଟିକୁ ସମର୍ଥନ କରିବାକୁ ଘୋଷଣା କରିଥିଲେ ମାୟାବତୀ । ଏହାସହ ବିଏସପି ଉପନିର୍ବାଚନରେ ନିଜର କୌଣସି ପ୍ରାର୍ଥୀ ମଧ୍ୟ ଦେଇ ନଥିଲା । ଫଳରେ ଉପନିର୍ବାଚନରେ ଏସପି ଓ ବିଏସପି ମେଂଟ ବିଜେପି ହାତରୁ ୨ଟି ଲୋକସଭା ସିଟ୍ ଛଡ଼ାଇ ନେଇଥିଲା