ମହାମେଂଟରେ କେଁ ପୁରାଇଲେ ମାୟାବତୀ : ରଖିଲେ ସର୍ତ୍ତ,କହିଲେ ସମ୍ମାନଜନକ ପଦ ମିଳିଲେ ସମ୍ଭବ ଗଠବନ୍ଧନ

34

କନକ ବ୍ୟୁରୋ : ମହାମେଂଟରେ ପୁଣି କେଁ ବାହାର କରିଛନ୍ତି ବହୁଜନ ସମାଜବାଦୀ ପାର୍ଟି ସୁପ୍ରିମୋ ମାୟାବତୀ । ଆଗାମୀ ନିର୍ବାଚନ ପାଇଁ କଂଗ୍ରେସ ସମ୍ମୁଖରେ ସର୍ତ୍ତ ରଖିଛନ୍ତି ମାୟାବତୀ । ଖୋଲାଖୋଲି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି କଂଗ୍ରେସ ସହ ମେଂଟ ସେତିକିବେଳେ ସମ୍ଭବ ହେବ ଯେତେବେଳେ ତାଙ୍କ ଦଳକୁ ସମ୍ମାନଜନକ ପଦ ମିଳିବ । ନଚେତ୍ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡରେ ହେବାକୁ ଥିବା ନିର୍ବାଚନରେ ଏକା ଏକା ଲଢିବ ତାଙ୍କ ଦଳ ।

image courtesy-http://www.catchnews.com

ଏଥିପାଇଁ ସେ ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତିି । ଏହା ସହିତ କଂଗ୍ରେସ ଓ ବସପା ମଧ୍ୟରେ ମେଂଟକୁ ନେଇ ଚାଲିଥିବା ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି । ଏବଂ କହିଛନ୍ତି ଯେଉଁ କଂଗ୍ରେସ ନେତା ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ ବିଏସପି ସହ ମେଂଟ ନେଇ ଚର୍ଚ୍ଚା କରୁଛନ୍ତିି ସେସବୁ ବନ୍ଦ କରନ୍ତୁ । ଆଗାମୀ ଦିନରେ ରାଜସ୍ତାନ,ମଧ୍ୟପ୍ରଦେଶ ଓ ଛତିଶଗଡ ବିଧାନସଭା ନିର୍ବାଚନ ହେବ । ଏହି ରାଜ୍ୟ ମାନଙ୍କରେ ସମ ବିଚାରଧାରାର ଦଳ ମାନଙ୍କ ସହ ମେଂଟ କରି ନିର୍ବାଚନ ଲଢ଼ିବାକୁ ଆହ୍ୱାନ ଦେଇଛି କଂଗ୍ରେସ । ଏଭଳି ସ୍ଥିତିରେ ମାୟାବତୀଙ୍କ ଏହି ତାଜା ବୟାନ ମହାମେଂଟ ଗଠନକୁ ନେଇ ଆଶଙ୍କା ସୃ୍ଷ୍ଟି କରିଛି ।