ସପା-ବିଏସପି-ଆରଏଲଡିର ସଂଯୁକ୍ତ ରାଲିରେ ରାଗିଗଲେ ମାୟାବତୀ : ସମାଜବାଦୀ ପାର୍ଟି କର୍ମୀଙ୍କୁ ଦେଲେ ଏହି ପରାମର୍ଶ

110

ଲୋକସଭା ନିର୍ବାଚନ ୨୦୧୯ ଲଢ଼େଇ ଜିତିବା ପାଇଁ ସପା-ବିଏସପି ଓ ଆରଏଲଡି ଗଠବନ୍ଧନ ଜୋରସୋରରେ ରାଲି କରୁଛନ୍ତି । ସେଥିପାଇଁ ଶନିବାର ଦିନ ସପା-ବିଏସପି-ଆରଏଲଡି ଉତ୍ତର ପ୍ରଦେଶର ଫିରୋଜାବାଦରେ ସଂଯୁକ୍ତ ରାଲି କରିଥିଲେ । ଏହି ରାଲିରେ ମାୟାବତୀ ସମାଜବାଦୀ ପାର୍ଟିର କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ ଦେଉଥିବା ନଜର ଆସିଲେ ।

ମାୟାବତୀ ଶନିବାର ସମାଜବାଦୀ ପାର୍ଟିର ଦଳୀୟ କର୍ମୀଙ୍କୁ ପରାମର୍ଶ ଦେଇଛନ୍ତି । କହିଛନ୍ତି, “ସମାଜବାଦୀ ପାର୍ଟି କର୍ମୀମାନେ ବହୁଜନ ସମାଜ ପାର୍ଟିର କର୍ମୀଙ୍କ ଠାରୁ ଅନେକ କଥା ଶିଖନ୍ତୁ । ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି ଓ ରାଷ୍ଟ୍ରୀୟ ଲୋକ ଦଳ ମେଣ୍ଟର ବରିଷ୍ଠ ନେତାମାନେ ଶନିବାର ଏକ ଯୁଗ୍ମ ରାଲି କରି ବିଜେପିକୁ ଟାର୍ଗେଟ କରିଛନ୍ତି । ଉତ୍ତର ପ୍ରଦେଶର ରାମପୁର ଠାରେ ମାୟାବତୀ, ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ ଓ ରାଷ୍ଟ୍ରୀୟ ଲୋକ ଦଳର ମୁଖ୍ୟ ଚୌଧୁରୀ ଅଜିତ ସିଂହ ଫିରୋଜାବାଦ ଏବଂ ରାମପୁରରେ ମେଣ୍ଟ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି । ମାୟାବତୀ ସଭାକୁ ସମ୍ବୋଧିତ କରି ସମାଜବାଦୀ ପାର୍ଟି କର୍ମୀଙ୍କୁ ପରାମର୍ଶ ଦେଇଛନ୍ତି ।

ଫିରୋଜାବାଦ ରାଲିରେ ରାଗି ଯାଇ ମାୟାବତୀ କହିଥିଲେ, ଆପଣମାନେ (ସମାଜବାଦୀ କାର୍ଯ୍ୟକର୍ତ୍ତା) କେବଳ ସ୍ଲୋଗାନ ଓ ଚିତ୍କାର କରୁଛନ୍ତି । ସମାଜବାଦୀ ପାର୍ଟିର କର୍ମକର୍ତ୍ତାମାନଙ୍କୁ ବହୁଜନ ସମାଜ ପାର୍ଟିର କର୍ମୀଙ୍କ ଠାରୁ ବହୁ କିଛି ଶିଖିବାର ଅଛି । ମାୟାବତୀ କହିଛନ୍ତି, କେନ୍ଦ୍ରରେ ମେଣ୍ଟ ସରକାର ଗଠନ ହେଲେ, ସରକାରୀ ଏବଂ ଘରୋଇ ସଂସ୍ଥାରେ ଗରୀବଙ୍କୁ ସ୍ଥାୟୀ ରୋଜଗାର ଦିଆଯିବ । ମେଣ୍ଟ ସରକାର ସମସ୍ତଙ୍କ ମଙ୍ଗଳ ନୀତିରେ କାମ କରିବ ।