୨୦୧୯ ନିର୍ବାଚନ ପୂର୍ବରୁ ଆଜି ବଡ ଘୋଷଣା ! ଉତ୍ତରପ୍ରଦେଶ ମହାମେଂଟ ନେଇ ବିଧିବଦ୍ଧ ଘୋଷଣା କରିବେ ଅଖିଳେଶ ଏବଂ ମୟାବତୀ

93

କନକ ବ୍ୟୁରୋ : ଆଗାମୀ ଲୋକସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟିର ମେଂଟ ନେଇ ଆଜି ଘୋଷଣା ହେବ । ସପା ଅଧ୍ୟକ୍ଷ ଅଖିଲେଶ ଯାଦବ ଓ ବସପା ସୁପ୍ରିମୋ ମାୟାବତୀ ମିଳିତ ସାମ୍ବାଦିକ ସମ୍ମିଳନୀରେ ଏନେଇ ଘୋଷଣା କରିବେ । ଏହି ମେଂଟରେ ରାଷ୍ଟ୍ରୀୟ ଲୋକ ଦଳ, ଆରଏଲଡିକୁ ମଧ୍ୟ ସାମିଲ କରାଯିବା ନେଇ ସୂଚନା ରହିଛି । କଂଗ୍ରେସକୁ ପ୍ରତ୍ୟାଖ୍ୟାନ କରି ଗଠନ ହୋଇଥିବା ଏହି ମହାମେଣ୍ଟରେ ଆସନ ବୁଝାମଣା ମଧ୍ୟ ଚୂଡ଼ାନ୍ତ ହୋଇଯାଇଛି।

କୁହାଯାଉଛି ୟୁପିର ୩୫ଟି ଆସନରୁ ନିର୍ବାଚନ ଲଢିବ ସମାଜବାଦୀ ପାର୍ଟି । ଏବଂ ୩୬ଟି ଆସନରୁ ନିର୍ବାଚନ ଲଢିବ ବହୁଜନ ସମାଜ ପାର୍ଟି । ସେପଟେ ୩ଟି ଆସନ ଅଜିତ ସିଂଙ୍କ ରାଷ୍ଟ୍ରୀୟ ଲୋକଦଳକୁ ଓ ୪ଟି ଆସନ ସଂରକ୍ଷିତ ରଖିବାକୁ ସହମତି ହୋଇଛି । ତେବେ ଆଜି ଏ ବାବଦରେ ଆନୁଷ୍ଠାନିକ ଘୋଷଣା ହେବ । ଅପରପକ୍ଷରେ ଆମେଠି ଓ ରାୟବରେଲିରେ ମେଂଟ ପକ୍ଷରୁ କୌଣସି ପ୍ରାର୍ଥୀ ଲଢିବେ ନାହିଁ ବୋଲି ଜଣାପଡିଛି । ଆମେଠିରୁ ରାହୁଲ ଓ ରାୟବରେଲିରୁ ସୋନିଆ ସାଂସଦ ଅଛନ୍ତି ।