ଅଖିଲେଶଙ୍କୁ ଟାର୍ଗେଟ କଲେ ବିଏସପି ସୁପ୍ରିମୋ ମାୟାବତୀ ! କହିଲେ, ସମାଜବାଦୀ ପାର୍ଟି ବହୁଜନ ସମାଜପାର୍ଟିର ଅନେକ ଯୋଜନାକୁ ହାଇଜାକ୍ କରିଛି

18

କନକ ବ୍ୟୁରୋ : ରାଜନୈତିକ ବୟାନବାଜୀ ମଧ୍ୟରେ ଅଖିଲେଶଙ୍କୁ ଟାର୍ଗେଟ କରିଛନ୍ତି ବିଏସପି ସୁପ୍ରିମୋ ମାୟାବତୀ । ସମାଜବାଦୀ ପାର୍ଟି ବହୁଜନ ସମାଜପାର୍ଟିର ଅନେକ ଯୋଜନାକୁ ହାଇଜାକ୍ କରିଛି ଏବଂ କେବଳ ନାଁ ପରିବର୍ତ୍ତନ କରି ଅଖିଲେଶ ଯାଦବ ଲୋକଙ୍କୁ ମୁର୍ଖ ବନାଉଛନ୍ତି ବୋଲି ସେ କହିଛନ୍ତି । ରାଜ୍ୟରେ ଯଦି ବିଜେପି ସରକାରକୁ ଆସେ ତେବେ ଉତ୍ତରପ୍ରଦେଶରେ ସଂରକ୍ଷଣ ବ୍ୟବସ୍ଥାକୁ ସମାପ୍ତ କରିଦିଆଯିବ ବୋଲି ମାୟାବତୀ କହିଛନ୍ତି ।