ୟୁପିରେ ବିଜେପି ସପକ୍ଷରେ ସ୍ପଷ୍ଟ ଜନାଦେଶ ପରେ ଇଭିଏମ ଟ୍ୟାମ୍ପରିଂ ଅଭିଯୋଗ ଆଣିଲେ ମାୟାବତୀ !

35

କନକ ବ୍ୟୁରୋ : ନା ହାତୀ, ନା ଅଖିଳେଶ, ମୋଦିଙ୍କ ପ୍ରଦେଶ ଉତ୍ତରପ୍ରଦେଶ । ୟୁପିରେ ବିଜେପିକୁ ଜନାଦେଶ ମିଳିବା ନେଇ ସ୍ପଷ୍ଟ ସଙ୍କେତ ପରେ ଇଭିଏମ ଟ୍ୟାମ୍ପରିଂ ଅଭିଯୋଗ ଆଣିଲେ ବିଏସପି ମୁଖ୍ୟ ମାୟାବତୀ । ସମସ୍ତ ଭୋଟ୍ ବିଜେପି ଖାତାକୁ ଯାଇଥିବା ନେଇ ସେ ଆପତ୍ତି ଉଠାଇଛନ୍ତି । ଏପରିକି ସଂଖ୍ୟାଲଘୁଙ୍କ ଭୋଟ୍ ବିଜେପି ପାଇବାକୁ ସେ ହଜମ କରିପାରିନାହାନ୍ତି । ତେଣୁ ଭୋଟିଂର ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଆଣି ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ୟୁପିରେ ସାନି ମତଦାନ କରାଇବା ସହ ଇଭିଏମ ପରିବର୍ତ୍ତେ ବାଲାଟ୍ ପେପରରେ ଭୋଟ୍ ପାଇଁ କମିଶନଙ୍କୁ ଲେଖିଛନ୍ତି ।