ବଢିଲା ସାରାଙ୍କ ଚାହିଦା : ରେମୋ ଡିସୋଜାଙ୍କ ଅପ୍ କମିଙ୍ଗ ଡ୍ୟାନ୍ସିଙ୍ଗ ଫିଲ୍ମ ଏବିସିଡି-୩ରେ ଆସିପାରନ୍ତି ନଜର

189

ରେମୋ ଡିସୋଜାଙ୍କ ଅପ୍ କମିଙ୍ଗ ଡ୍ୟାନ୍ସିଙ୍ଗ ଫିଲ୍ମ ଏବିସିଡି ୩ରେ ନଜର ଆସିପାରନ୍ତି ସାରା । ଅଭିନେତ୍ରୀ କ୍ୟାଟ୍ରିନା କୈଫ ଫିଲ୍ମ ଛାଡିବା ପରେ ହିରୋଇନ ସନ୍ଧାନରେ ଥିଲେ ଫିଲ୍ମ ମେକର । ତେବେ ଏଥିପାଇଁ ଜ୍ୟାକଲିନ, ଶ୍ରର୍ଦ୍ଧା,  କୃତି ସେନନ ଭଳି ଅଭିନେତ୍ରୀଙ୍କ ନାଁ ଶୁଣିବାକୁ ମିଳୁଥିଲା । କିନ୍ତୁ ଏବେ ଏହି ତାଲିକାରେ ସାରାଙ୍କ ନାଁ ବି ଯୋଡି ହୋଇ ରହିଛି । ସୈଫ ଅଲ୍ଲି ଖାନଙ୍କ ଝିଅ ସାରା ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିପାରନ୍ତି ବୋଲି ଶୁଣିବାକୁ ମିଳୁଛି ।

ଫିଲ୍ମ ‘ଭାରତ’ ସୁଟିଙ୍ଗରେ ବ୍ୟସ୍ତଥିବା କାରଣରୁ କ୍ୟାଟ୍ରିନା ଏହି ଫିଲ୍ମକୁ ଛାଡିଛନ୍ତି । ଏବିସିଡି ୩ ଦେଶର ସବୁଠୁ ବଡ ଡ୍ୟାନି୍ସଙ୍ଗ ଫିଲ୍ମରେ ପ୍ରଭୁଦେବା, ଧର୍ମେସ, ରାଘବ ଓ ପୁନିତଙ୍କ ଭଳି ଆଗ ଧାଡିର ଡ୍ୟାନ୍ସରଙ୍କ ସହ ବହୁ ଡ୍ୟାନ୍ସିଙ୍ଗ ଷ୍ଟାର ନଜର ଆସିବେ । ତେବେ ଫିଲ୍ମଟି ୮ ନଭେମ୍ବର ୨୦୧୯ରେ ରିଲିଜ କରାଯିବ ।