ଅବାନ୍ତର ନିର୍ଦ୍ଦେଶ ଜାରି କଲା ଏକ ମୁସଲିମ୍ ଧାର୍ମିକ ସମୂହ : ମ୍ୟୁଜିକଲ୍ ନାଇଟ୍ସରେ ମହିଳାଙ୍କ ଡ୍ୟାନ୍ସ କରିବା, ବ୍ୟୁଟି-ପାର୍ଲର ଯିବା ଇସଲାମ ବିରୁଦ୍ଧ

ମହିଳାଙ୍କ ବ୍ୟୁଟି ପାର୍ଲର ଯିବା ଠିକ୍ ନୁହେଁ

110

ଜାମ୍ମୁ-କାଶ୍ମୀରର ଏକ ଧାର୍ମିକ ସମୂହ ମଜଲିସ୍-ଏ-ଶୌରାର ମୈାଲବୀ ମହିଳାଙ୍କୁ ଏକୁଟିଆ ସାର୍ବଜନିକ ସ୍ଥାନକୁ ଯିବା ଉପରେ ରୋକିବାକୁ ନେଇ ଏକ ଫତୱା ଜାରି କରିଛନ୍ତି । ଏହା ସହିତ କହିଛନ୍ତି କି, ବ୍ୟୁଟି ପାର୍ଲର ଯିବା ଠିକ୍ ନୁହେଁ । ଏହାକୁ ନେଇ ଜମ୍ମୁରେ ପୋଷ୍ଟର ଲଗାଯାଇଛି, ଯେମିତିକି ସମସ୍ତେ ଏହାକୁ ଜାଣନ୍ତୁ ଓ ପାଳନ କରନ୍ତୁ । ଏହି ଫତୱା ବ୍ୟତୀତ ସଂସ୍ଥା ପକ୍ଷରୁ ଆହୁରି ଅବାନ୍ତର ନିର୍ଦ୍ଦେଶ ଜାରି କରାଯାଇଛି ।

ମଜଲିସ୍-ଏ-ଶୌରା କହିଛି କି, ନିର୍ବନ୍ଧ ଓ ବିବାହ ସମାରୋହରେ ସଙ୍ଗୀତରେ ପ୍ରତିବନ୍ଧକ ଲାଗୁ , ଏଠି ସମସ୍ତେ ଏକ ସାଥିରେ ନାଚନ୍ତି । ମୁସଲିମ୍ ମହିଳା ଅଣ-ମୁସଲିମ୍ ପୁରୁଷଙ୍କ ସହ ଦେଖିବାକୁ ମିଳନ୍ତି, ଯାହା ଇସଲାମ୍ ବିରୁଦ୍ଧ ଅଟେ । ପୁଅ ଓ ଝିଅଙ୍କୁ ଭିନ୍ନ ଭିନ୍ନ ବର୍ଗରେ ପାଠ ପଢ଼ାଇବା ଉଚିତ୍ ଏବଂ ପୁରୁଷ ଓ ମହିଳା ଏକ ସଙ୍ଗରେ ମିଶି ପ୍ରଦର୍ଶନୀ ଓ ସର୍କସ ଯିବା ଉପରେ ମଧ୍ୟ ନିର୍ଦ୍ଦେଶ ଜାରି କରିଛନ୍ତି । ଆଉ ମଧ୍ୟ କହିଛନ୍ତି କି, ଏହି ନିର୍ଦ୍ଦେଶ ହିସାବରେ ଲୋକ ଚଳିବେ । କୌଣସି ବି ଅଣ-ଇସଲାମିକ୍ କାମ ହେବନି । ବାହାଘରରେ ବାଜୁଥିବା ଡିଜେ ଓ ମ୍ୟୁଜିକ୍ ଉପରେ ପ୍ରତିବନ୍ଧକ ରହିବ । ଏବଂ ସେହି ସ୍ଥାନରେ ମହିଳା ଓ ପୁରୁଷ ଏକାସାଙ୍ଗରେ ଦେଖାଯିବେନି ।