ଟୋପି ଓହ୍ଲାଇଲେ , ଦାଢି କାଟିବାକୁ ଚେଷ୍ଟା କଲେ ! ଜୟ ଶ୍ରୀରାମ ନାରା ନ କହିବାରୁ ମୌଲାନାଙ୍କୁ ନିର୍ଦ୍ଧୁମ ପିଟିଲେ ଯୁବକ

274

ଜୟ ଶ୍ରୀରାମ ନାରା ନ କହିବା ଯୋଗୁଁ ମୌଲବୀଙ୍କୁ ପିଟିଲେ ଯୁବକ । ଆଜ୍ଞା ହଁ ଗତ କିଛି ଦିନ ହେଲା ଦେଶର ବିିଭିନ୍ନ ସ୍ଥାନରେ ଚାଲିଥିବା ଜୟ ଶ୍ରୀରାମ ନାରାର ହିଂସା ଏବେ ବାଗପତ୍ ରେ ମଧ୍ୟ ଦେଖିବାକୁ ମିଳିଛି । ରବିବାର ରାତିରେ ଘରକୁ ନିଜ ବାଇକରେ ଫେରୁଥିବା ଜଣେ ମୌଲବୀଙ୍କୁ ବାଟରେ କିଛି ଯୁବକ ଅଟକାଇ ତାଙ୍କୁ ଜବରଦସ୍ତି ଜୟ ଶ୍ରୀରାମ ନାରା ଲଗାଇବାକୁ କହିଥିଲେ । ମୌଲବୀ ନାରା ନ କହିବାରୁ ଯୁବକମାନେ ତାଙ୍କୁ ଖୁବ୍ ପିଟିଥିଲେ ଏବଂ ଟୋପି ବାହାର କରିବା , ଦାଢି କାଟିବାକୁ ମଧ୍ୟ ଚେଷ୍ଟା କରିଥିଲେ । ମୌଲବୀ କିଭଳି ଭାବେ ନିଜ ଜୀବନ ବଚାଂଇ ଉକ୍ତ ସ୍ଥାନରୁ ଦୌଡି ଚାଲିଆସିଥିଲେ ।

ମୌଲବୀ ଅମଲାଉର ରହମାନ୍ ଙ୍କ କହିବାନୁସାରେ ରବିବାର ଦୋଘଟ ଅଞ୍ଚଳର ସରୋରୋ ଗ୍ରାମରେ ସେ ଯାଉଥିବା ସମୟରେ ୧୦ ରୁ ୧୨ ଜଣ ଯୁବକ ଆସି ତାଙ୍କୁ ପିଟିବା ଆରମ୍ଭ କରିଥିଲେ । ଟୋପି କାଢିବା ସହ ଜୟ ଶ୍ରୀରାମ ନାରା କହିବା ପାଇଁ କହିଥିଲେ ଏବଂ ଦାଢି କାଟିବାକୁ ଚେଷ୍ଟା କରୁଥିଲେ । ଅମଲାଉରଙ୍କ କହିବାନୁସାରେ କିଛି ଅସାମାଜିକ ଲୋକଙ୍କ ଯୋଗୁଁ ସମାଜରେ ଏଭଳି ହିଂସା ପ୍ରସାରିତ ହେଉଛି ।