ବାଙ୍ଗଲାଦେଶୀ ଅନୁପ୍ରବେଶଙ୍କ ସମ୍ପର୍କରେ ବୟାନ ଦେଇ ବିବାଦରେ ସେନାମୁଖ୍ୟ : କହିଲେ, ଶକ୍ତି ବୃଦ୍ଧି କରୁଛି ଏଆଇୟୁଡିଏଫ

28

କନକ ବ୍ୟୁରୋ : ସେନା ମୁଖ୍ୟ ବିପିନି ରାୱତ ବାଙ୍ଗଲାଦେଶୀ ନାଗରିକଙ୍କ ଅନୁପ୍ରବେଶ ଓ ଆସାମର ଅଲ ଇଣ୍ଡିଆ ଷ୍ଟୁଡେଂଟ ଡୋମୋକ୍ରାଟିକ ଫ୍ରଟ, ଏଆଇୟୁଡିଏଫ ସମ୍ପର୍କରେ ଦେଇଥିବା ବୟାନ ନେଇ ବିବାଦ ସୃଷ୍ଟି ହୋଇଛି । ଏକ ସେମିନାରରେ ଉଦବୋଧନ ନେଇ ସେନା ପ୍ରମୁଖ କହିଥିଲେ ଯେ, ବିଜେପି ଯେଭଳି ଦେଶର ଶକ୍ତି ବୃଦ୍ଧି କରିନି ଆସାମରେ ଅଜମଲଙ୍କ ପାର୍ଟି ଶକ୍ତି ସେହି ଅନୁସାରେ ହୋଇଛି । ଉତ୍ତର-ପୂର୍ବରେ ବାଂଲାଦେଶୀ ଅନୁପ୍ରବେଶ ପାଇଁ ପଡୋଶୀ ଦେଶର ନୀତି ଦାୟୀ । ଆଉ ଏହି କାମରେ ଅନ୍ୟ କିଛି ପଡୋଶୀ ସହାୟତା କରୁଛନ୍ତି । ଏହାଦ୍ୱାରା ପଡୋଶୀ ଚୀନକୁ ସେ ଆକ୍ଷେପ କରିଥିଲେ । ଉତ୍ତରପୂର୍ବ ଲୋକଙ୍କୁ ଦେଶର ମୁଖ୍ୟ ସ୍ରୋତରେ ସାମିଲ କଲେ ଏହାର ସମାଧାନ ହେବ । ଜମିକୁ କବଜା କରିବାକୁ ଏହି ଏଭଳି ଅନୁପ୍ରବେଶ ହେଉଛି ବୋଲି ରାୱତ କହିଥିଲେ ।

ସେପଟେ ବିପିନି ରାୱତଙ୍କ ଏହି ବୟାନକୁ ନେଇ ରାଜନୈତିକ ବିବାଦ ଦେଖାଦେଇଛିା ଏଆଇଏମଆଇଏମ ନେତା ଅସଦ୍ଦୁଦିନ ଓବେସି ଟ୍ୱିଟ କରି କହିଛନ୍ତି ସେନାମୁଖ୍ୟ ରାଜନୀତିରେ ଦଖଲ ଦିଅନ୍ତୁ ନାହିଁ । ସେ କହିଛନ୍ତି, କୌଣସି ରାଜନୈତିକ ଦଳର ଉତଥାନ ନେଇ ସେ ବୟାନ ଦେଇପାରିବେ ନାହିଁ । ଗଣତନ୍ତ୍ର ଓ ସମ୍ବିଧାନ ଏହାର ଅନୁମତି ଦିଏନାହିଁ ।