ଆଜିଠୁ ଆରମ୍ଭ ମାଟ୍ରିକ ଖାତା ଦେଖା ! ବୋର୍ଡ ପକ୍ଷରୁ ରାଜ୍ୟରେ ମୋଟ ୬୦ଟି ମୂଲ୍ୟାୟନ କେନ୍ଦ୍ର ବ୍ୟବସ୍ଥା

23

କନକ ବ୍ୟୁରୋ : ଆଜିଠୁ ଆରମ୍ଭ ହୋଇଛି ମାଟ୍ରିକ ଖାତା ଦେଖା । ଏଥିପାଇଁ ବୋର୍ଡ ପକ୍ଷରୁ ରାଜ୍ୟରେ ମୋଟ ୬୦ଟି ମୂଲ୍ୟାୟନ କେନ୍ଦ୍ର ଖୋଲାଯାଇଛି ।  ଦିନ ୧୦ଟାରୁ ୫ଟା ଯାଏ ଖାତା ଦେଖା ଚାଲିବ । ଏଥିପାଇଁ ୧୪ ହଜାର ୭୭ ଜଣ ପରୀକ୍ଷକ ନିଯୁକ୍ତି ହୋଇଛନ୍ତି । ଖାତାର ଦେଖା କାମ ୧୦ରୁ ୧୨ ଦିନ ମଧ୍ୟରେ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବୋର୍ଡ ପକ୍ଷରୁ କୁହାଯାଇଛି ।

ଚଳିତ ବର୍ଷ ଫେବ୍ରୁଆରି ୨୮ରୁ ମାର୍ଚ୍ଚ ୧୦ ତାରିଖ ଯାଏଁ ମାଟ୍ରିକ ପରୀକ୍ଷା ହୋଇଥିଲା । ଚଳିତ ବର୍ଷ ମୋଟ ୬ ଲକ୍ଷ ୮ ହଜାର ୬୫୯ ଜଣ ଛାତ୍ରଛାତ୍ରୀ ଉଭୟ ମାଟ୍ରିକ ଓ ମାଧ୍ୟମ ପରୀକ୍ଷା ଦେଇଥିଲେ । ସମସ୍ତ ପରୀକ୍ଷା ଖାତା ଯେପରି ତ୍ରୁଟି ଶୂନ୍ୟ ମୂଲ୍ୟାୟନ ହୋଇପାରିବ ସେଥିପ୍ରତି ଧ୍ୟାନ ଦେବାକୁ ବୋର୍ଡ ପକ୍ଷରୁ ପରୀକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।