ଆଜି ଠାରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା : ୧୨୨ଟି ସେଣ୍ଟରରେ ପରୀକ୍ଷା ଦେବେ ୨୭ହଜାର ୬୧୬ ପରୀକ୍ଷାର୍ଥୀ

71

କନକ ବ୍ୟୁରୋ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଆଜିଠୁ ଉଭୟ ମାଟ୍ରିକ୍ ସପ୍ଲିମେଣ୍ଟାରୀ ଓ ଦ୍ବିତୀୟ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଆରମ୍ଭ ହେବ । ସପ୍ଲିମେଣ୍ଟାରୀ ପରୀକ୍ଷାରେ ଉଭୟ ରେଗୁଲାର ଓ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀଙ୍କ ପାଇଁ ଗୋଟିଏ ସିଟି˚ ଓ ଗୋଟିଏ ପ୍ରଶ୍ନପତ୍ର ହୋଇଛି । ଏହି ପରୀକ୍ଷା ସକାଳ ୯ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ଚାଲିବ । କେବଳ ଗଣିତ ପରୀକ୍ଷା ସକାଳ ୧୧ଟା ୪୫ ମିନିଟ୍‌ରେ ଶେଷ ହେ ବ। ପାର୍ଟ-୧(ଅବ୍‌ଜେକ୍ଟିଭ୍‌)ର ଓଏମ୍‌ଆର‌୍‌ ଉତ୍ତରଫର୍ଦ୍ଦ ସକାଳ ୮ଟା ୩୦ରେ ପରୀକ୍ଷାର୍ଥୀଙ୍କୁ ବଣ୍ଟନ କରାଯିବ ଓ ଏହି ପରୀକ୍ଷା ୯ଟାରୁ ୧୦ଟା ପର୍ଯ୍ୟନ୍ତ ଚାଲିବ । କେବଳ ଗଣିତ(ଅବ୍‌ଜେକ୍ଟିଭ) ପରୀକ୍ଷା ସକାଳ ୯ଟାରୁ ୧୦ଟା ୧୫ପର୍ଯ୍ୟନ୍ତ ଚାଲିବ । ସେହିପରି ପାର୍ଟ-୨(ସବ୍‌ଜେକ୍ଟିଭ୍) ପରୀକ୍ଷା ସକାଳ ୧୦ରୁ ୧୧ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଚାଲିବ ।

ସପ୍ଲିମେଣ୍ଟାରୀ ପରୀକ୍ଷା ଜୁଲାଇ ୧୪ରେ ଓ ଓପନ ସ୍କୁଲ ପରୀକ୍ଷା ଜୁଲାଇ ୧୬ତାରିଖରେ ଶେଷ ହେବାକୁ କାର୍ଯ୍ୟସୂଚୀ ପ୍ରସ୍ତୁତି ହୋଇଛି । ଏଥି ପାଇଁ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୁଡାନ୍ତ ହୋଇଛି । ସପ୍ଲିମେଣ୍ଟାରି ପରୀକ୍ଷା ସମେତ ଷ୍ଟେଟ୍ ଓପନ ସ୍କୁଲ ପରୀକ୍ଷା ସଂପର୍କୀୟ ସମସ୍ତ ସୂଚନା ବୋର୍ଡର ନିଜସ୍ବ ୱେବ୍‌ସାଇଟ୍‌ www.bseodisha.ac.in ରେ ଉପଲବ୍ଧ ହେଉଛି । ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ୨୭ହଜାର ୬୧୬ଜଣ ଫର୍ମପୂରଣ କରିଥିବା ବେ‌ଳେ ଏଥି ପାଇଁ ୧୨୨ଟି କେନ୍ଦ୍ର ସ୍ଥିର ହୋଇଛି । ସେହିପରି ଷ୍ଟେଟ୍ ଓପନ୍‌ ସ୍କୁଲ ପରୀକ୍ଷା ପାଇଁ ୯ହଜାର ୩୩ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିବା ବେଳେ ଏଥି ପାଇଁ ୫୫ଟି କେନ୍ଦ୍ର ସ୍ଥିର ‌ହୋଇଥିବା ବୋର୍ଡ ପକ୍ଷରୁ ସୂଚନା ମିଳିଛି ।