ଆଜିଠୁ ଆରମ୍ଭ ହେଲା ମାଟ୍ରିକ ସପ୍ଲିମେଂଟାରୀ ପରୀକ୍ଷା ! ୪୭ଟି କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି ୧୧ ହଜାର ୫ଶହ ୪୭ ଜଣ ପରୀକ୍ଷାର୍ଥୀ

24

କନକ ବ୍ୟୁରୋ : ଆଜି ଠାରୁ ଆରମ୍ଭ ହୋଇଛି ମାଟ୍ରିକ ସପ୍ଲିମେଂଟାରୀ ପରୀକ୍ଷା । ଚଳିତ ବର୍ଷ ରାଜ୍ୟରେ ୧୧ ହଜାର ୫ଶହ ୪୭ ଜଣ ପରୀକ୍ଷାର୍ଥୀ ୪୭ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି । ଦେବଗଡ ଜିଲ୍ଲାରେ କୌଣସି ଛାତ୍ରଛାତ୍ରୀ ସପ୍ଲିମେଂଟାରୀ ପରୀକ୍ଷା ପାଇଁ ଫର୍ମ ପୂରଣ କରିନାହାଁନ୍ତି । ଆସନ୍ତା ୭ ତାରିଖ ଦିନ ଶେଷ ହେବ ପରୀକ୍ଷା । ପ୍ରଥମ ଦିନରେ ଛାତ୍ରଛାତ୍ରୀ ମାତୃଭାଷାରେ ପରୀକ୍ଷା ଦେଇଛନ୍ତି ।

ବ୍ୟବସ୍ଥିତ ଏବଂ ଶୃଙ୍ଖଳିତ ଭାବେ ପରୀକ୍ଷା ପରିଚାଳନା ପାଇଁ ପଦକ୍ଷେପ ନେଇଛି ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ । ଆସନ୍ତା ୧୯ ତାରିଖରୁ ଖାତା ଦେଖା ପ୍ରକ୍ରିୟା ଆରମ୍ଭ ହୋଇ ୨୧ ତାରିଖରେ ଶେଷ ହେବ । ୫ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ପ୍ରକ୍ରିୟା ଚାଲିବ କହିଛନ୍ତି ପରୀକ୍ଷା ନିୟନ୍ତ୍ରକ ନିହାର ରଂଜନ ମହାନ୍ତି ।