ଅଭାବୀ ଜୀବନର ଦୁର୍ବିସହ କାହାଣୀ : ଦୃଷ୍ଟିହୀନ ବାପାଙ୍କୁ ଧରି ଭିକ ମାଗୁଛନ୍ତି ହାଇସ୍କୁଲ ଛାତ୍ରୀ

45

vlcsnap-2016-09-19-18h58m05s247ଛୁଟି ପଡିଲେ ସ୍କୁଲ୍ ପିଲାଙ୍କ ମନ କୁଣ୍ଢେମୋଟ ହୋଇଯାଏ । ହେଲେ ଇଏ କିନ୍ତୁ ଛୁଟି ପଡିଲେ ଭିଡ ଭିତରେ ଖୋଜନ୍ତି ଜୀବନକୁ । ଦୃଷ୍ଟିହୀନ ବାପାଙ୍କୁ ସାଥୀରେ ନେଇ ସେ ବୁଲନ୍ତି ଏ ଗାଁରୁ ସେ ଗାଁ । ଏ ସହରରୁ ସେ ସହର । ପେଟରେ ଭୋକ । ଆଖିରେ ଲୁହ । ହାତ ପାତୁଛନ୍ତି ଅଜଣା ମଣିଷଙ୍କ ପାଖରେ ।

vlcsnap-2016-09-19-18h59m42s058ଆଉ ଏମିତି ଦୃଶ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଂଜିଳି ସହରର । ଯେଉଁଠି ଜଣେ ମାଟ୍ରିକ୍ ଛାତ୍ରୀ ଭିକ୍ଷା ଥାଳୀ ଧରି ବୁଲୁଛନ୍ତି ନିଜ ବାପା ମାଆଙ୍କୁ ବଂଚାଇବାକୁ ।

vlcsnap-2016-09-19-18h58m57s115ଗଂଜାମ ଜିଲ୍ଲା ଆସିକା ବ୍ଲକ୍ ଚଢେୟାପଲ୍ଲୀର ପୁଷ୍ପାଂଜଳି । କିଛି ବର୍ଷ ତଳେ ବାପା ଦୃଷ୍ଟି ଶକ୍ତି ହରାଇଲେ । ଗୁଜୁରାଣ ଦାୟିତ୍ୱ ପଡିଲା ମାଆଙ୍କ ଉପରେ । ପରଘରେ କାମଧନ୍ଦା କରି ଯେନତେନ ପ୍ରକାରେ ପୁରା ପରିବାରକୁ ବଂଚାଇ ରଖିଲେ ମାଆ । ଝିଅ ବି ପାଠ ପଢୁଥିଲା । ହେଲେ ଏକ ରାସ୍ତା ଦୁର୍ଘଟଣାରେ ମାଆ ଗୁରୁତର ଆହତ ହେଲେ । ଆଉ ସେଦିନ ଠାରୁ ପୁଷ୍ପାଙ୍କ ଜୀବନର ଗତି ବଦଳିଗଲା । ବାପାମାଆଙ୍କୁ ବଂଚାଇ ରଖିବା ସହ ନିଜ ପାଠପଢାକୁ ଆଗକୁ ବଢାଇବାକୁ ଭିକ ମାଗିବାକୁ ପଛାଇଲେ ନାହିଁ ।

vlcsnap-2016-09-19-19h01m53s851ଅଭାବୀ ଜୀବନର ଦୁର୍ବିସହ କାହାଣୀ । ଦୃଷ୍ଟିହୀନ ବାପାଙ୍କୁ ଧରି ଭିକ ମାଗୁଛନ୍ତି ହାଇସ୍କୁଲ ଛାତ୍ରୀ । ସାକ୍ଷୀ ପାଲଟିଛି ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –