ବୁଧବାର ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳାଫଳ ! ଗଣ ଶିକ୍ଷାମନ୍ତ୍ରୀଙ୍କ ସୂଚନା

188

କନକ ବ୍ୟୁରୋ : ଆସନ୍ତା ୨୬ରେ ପ୍ରକାଶ ପାଇବ ମାଟ୍ରିକ ଫଳ । ଏ ନେଇ ଆଜି ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ଘୋଷଣା କରିଛନ୍ତି । ପରୀକ୍ଷାଫଳ ସକାଳ ୯ଟା ୩୦ରେ ପ୍ରକାଶ ପାଇବ । ମାଧ୍ୟମିକଶିକ୍ଷା ପରିଷଦର ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହେବ । ଏ ବର୍ଷ ୬ ଲକ୍ଷ ୮ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ମାଟ୍ରିକ ପରୀକ୍ଷା ଫେବୃଆରୀ ୨୮ରୁ ଆରମ୍ଭ ହୋଇ ମାର୍ଚ ୧୦ ତାରିଖ ଯାଏଁ ଚାଲିଥିଲା । ମାଟ୍ରିକ ପରୀକ୍ଷାରେ ଡିଭିଜନ ବଦଳରେ ଗ୍ରେଡେସନ ବ୍ୟବସ୍ଥା କରାଯାଇଛି ।

ଏହାସହ ଦେଖନ୍ତୁ ଏହି ଭିଡିଓ-