ମେ ୭ରେ ଆସିବ ମାଟ୍ରିକ ରେଜଲ୍ଟ ! ସକାଳ ୯ଟାରୁ ପ୍ରକାଶ ପାଇବ ଫଳାଫଳ, ଦିନ ୧୨ଟାରୁ ୱେବସାଇଟରେ ହେବ ଉପଲବ୍ଧ

133

ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ଆଗାମୀ ମେ’୭ ତାରିଖରେ ପ୍ରକାଶ ପାଇବ । ଏଥି ପାଇଁ ବୋର୍ଡ ପକ୍ଷରୁ ସୂଚନା ମିଳିଛି । ମେ’ ୭ ତାରିଖ ସକାଳ ୯ଟା ବେଳେ ପ୍ରକାଶ ପାଇବ। ପରୀକ୍ଷାଫଳ ଦିନ ୧୨ଟାରୁ ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହେବ । ଡବ୍ଲୁଡବ୍ଲୁଡବ୍ଲୁ.ବିଏସଇଓଡିଶା.ଏନଆଇସି.ଇନ ୱେବସାଇଟ ମାଧ୍ୟମରେ ରେଜଲ୍ଟ ଜାଣିହେବ । । ଏନେଇ ବୋର୍ଡ ସଭାପତି ଜାହାନ ଆରା ବେଗମ ଆଜି ସୂଚନା ଦେଇଛନ୍ତି ।

ଏହା ବ୍ୟତୀତ ଏସଏମଏସ୍ ଜରିଆରେ ମଧ୍ୟ ପରୀକ୍ଷାଫଳ ଜାଣିପାରିବେ ଛାତ୍ରଛାତ୍ରୀ । OR 10(SPACE) ROLL NO 5676750 କୁ ପଠାଇଲେ ପରୀକ୍ଷାର୍ଥୀମାନେ ରେଜଲ୍ଟ ଜାଣିପାରିବେ। ସେହିଦିନ ହିଁ ଓଏମଆର୍ ସିଟ୍ ଉପଲବ୍ଧ ହେବ । ପରୀକ୍ଷାମାନେ ଚାହିଁଲେ କେଉଁ ବିଷୟରେ କେତେ ମାର୍କ ରଖିଛନ୍ତି, ତାହା ମଧ୍ୟ ଜାଣିପାରିବେ ।

ରେଜଲ୍ଟ ନେଇ ଅନ୍ୟ ତଥ୍ୟ ଜାଣିବା ପାଇଁ କଣ୍ଡ୍ରୋଲ ରୁମକୁ ଫୋନ କରିପାରିବେ ଛାତ୍ରଛାତ୍ରୀ । ୦୬୭୧୨୪୨୦୬୦ ଓ ୦୬୭୧୨୪୧୨୦୫୯କୁ କଲ କରି ପରାମର୍ଶ ନେଇପାରିବେ । ସୂଚନାଯୋଗ୍ୟ ଚଳିତ ବର୍ଷ ୬ ଲକ୍ଷ ରୁ ଅଧିଳ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି । ୨ ହଜାର ୮୧୮ଟି କେନ୍ଦ୍ରରେ ହେବ ପରୀକ୍ଷା ହୋଇଥିଲା । ପ୍ରଶ୍ନପତ୍ର ରଖିବା ପାଇଁ ୩୦୨ଟି ନୋଡାଲ ସେଣ୍ଟର କରାଯାଇଥିଲା। କପି ରୋକିବା ପାଇଁ ୩୦ଟି ଜିଲ୍ଲାରେ ୫୮ଟି ଫ୍ଲାଇଙ୍ଗ ସ୍କ୍ୱାଡ୍ ବ୍ୟବସ୍ଥା କରାଯାଇଥିଲା ।