ରେଜଲଟରେ ରେକର୍ଡ : ପାଶ ହାର ୮୫.୨୦ ପ୍ରତିଶତ

54

କଟକ ବ୍ୟୁରୋ,କନକ ନ୍ୟୁଜ୍ : ପରୀକ୍ଷାର୍ଥୀ ଥିଲେ ରେକର୍ଡ ସଂଖ୍ୟକ, ରେଜଲ୍ଟ ବି ଭାଙ୍ଗିଲା ରେକର୍ଡ । ମାଟ୍ରିକ ପରୀକ୍ଷାରେ ଏଥର ରାଜ୍ୟରୁ ପାଶ୍ କରିଛନ୍ତି ୮୫.୨୦ ପ୍ରତିଶତ ପିଲା । ଚଳିତ ବର୍ଷ ୬୦ ପ୍ରତିଶତରୁ ଅଧିକ ମାର୍କ ରଖିଥିବା ପିଲାଙ୍କ ସଂଖ୍ୟା ବି ଖୁବ୍ ଢେର୍ । ଏବର୍ଷ ପୁଅଙ୍କ ଠାରୁ ବାଜି ମାରି ନେଇଛନ୍ତି ଝିଅ ।  ୬ ଲକ୍ଷ ୧ ହଜାର ୧୩୯ ଜଣ ଛାତ୍ରଛାତ୍ର ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଲକ୍ଷ ୪୩ ହଜାର ୪୮୨ ଜଣ ଛାତ୍ର ଓ ୨ ଲକ୍ଷ ୪୬ ହଜାର ୨୪୦ ଜଣ ଛାତ୍ରୀ ପାସ କରିଛନ୍ତି । ଏ-୧ରେ ୧୭୩୩ ଜଣ,ଏ-୨ରେ ୧୮ ହଜାର୮୬୩ ଜଣ ପାସ କରିଛନ୍ତି । ବି-୧ରେ ୫୩ହଜାର ୭୦ ଜଣ, ବି-୨ରେ ୯୨ ହଜାର ୭୨୨ ଜଣ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇଛନ୍ତି । ସେହିପରି ସି ଗ୍ରେଡରେ ଲକ୍ଷେ ୧୯ ହଜାର ୯୨୪ ଓ ଡି ଗ୍ରେଡରେ ଲକ୍ଷେ ୨୮ ହଜାର ୭୬୪ ଜଣ ପାସ କରିଛନ୍ତି । ଇ ଗ୍ରେଡରେ ପାସ ହୋଇଛନ୍ତି ୭୪ ହଜାର ୬୪୬ ଜଣ ଛାତ୍ରଛାତ୍ରୀ ।

ପାସ୍ ହାରରେ  ବାଲେଶ୍ୱର ଆଗୁଆ ରହିଛି । ଜିଲ୍ଲାରେ ୯୨ ଦଶମିକ ୯୦ ପ୍ରତିଶତ ଛାତ୍ରଛାତ୍ରୀଙ୍କ ଫଳ ଭଲ ହୋଇଛି । ବିଶେଷକରି ପଶ୍ଚିମ ଓଡିଶାର ଛାତ୍ରଛାତ୍ରୀ ଭଲ ରେଜଲ୍ଟ କରିଛନ୍ତି । ୭୧୫ଟି ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଥିବା ବେଳେ ୨୧ଟି ସ୍କୁଲରେ ଗୋଟିଏ ବି ପିଲା ପାସ୍ ହୋଇନାହାଁନ୍ତି । ତେବେ ପାସ୍ ହାର ନିଲ ଥିବା ସ୍କୁଲ ବାବଦରେ କାର୍ଯ୍ୟାନୁଷ୍ଠା ନିଆଯିବ । ସ୍କୁଲ କର୍ତୃପକ୍ଷଙ୍କ ସହ ଆଲୋଚନା କରାଯିବ । ଯେଉଁ ସ୍କୁଲର ସ୍ଥିତିରେ ସୁଧାର ଆସିବ ନାହିଁ ବୋଲି ହୃଦବୋଧ ହେବ ସେହି ସ୍କୁଲକୁ ବନ୍ଦ କରି ଦିଆଯିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ।

ଅନ୍ୟପଟେ ବାହାରିଛି ଜେଇଇ ମେନ ରେଜଲଟ । ପାଖାପାଖି ୧୨ ଲକ୍ଷ ଛାତ୍ରଛାତ୍ରୀ ଚଳିତ ବର୍ଷ ପରୀକ୍ଷା ଦେଇଥିଲେ । କୃତକାର୍ଯ୍ୟ ଛାତ୍ରଛାତ୍ରୀ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ଟେକ୍ନୋଲୋଜୀ ବା ଏନଆଇଟି, ଟ୍ରିପଲ ଆଇଟି ଓ ଅନ୍ୟ କେନ୍ଦ୍ରୀୟ ଅନୁଦାନ ପ୍ରାପ୍ତ ଅନୁଷ୍ଠାନରେ ଆଡମିଶନ ନେଇପାରିବେ । ଏହାବାଦ ସମଗ୍ର ଦେଶରେ ବିଭିନ୍ନ ଇଂଜିନିୟରିଂ କଲେଜରେ ଆଡମିଶନ ପାଇଁ ମଧ୍ୟ ଉତୀର୍ଣ୍ଣ ଛାତ୍ରଛାତ୍ରୀ ସୁଯୋଗ ନେଇପାରିବେ । ଏପ୍ରିଲ ୩ରେ ଜେଇଇ ମେନ୍ର ପେପର ୱାନ ଆଉ ଟୁର ଅଫ ଲାଇନ ଏବଂ ୯ ଓ ୧୦ରେ ଅନଲାଇନ ପରୀକ୍ଷା ହୋଇଥିଲା । ସେହିଭଳି ଟପ ଦେଢ ଲକ୍ଷରେ ଥିବା ଛାତ୍ରଛାତ୍ରୀ ମେ ୨୨ରେ ଜେଇଇ ଆଡଭାନସ ପରୀକ୍ଷା ଦେବେ । ଏଥିପାଇଁ ଚଳିତ ଥର କଟ ଅଫ ୧୦୦ ରଖାଯାଇଛି । ଏପ୍ରିଲ ୨୯ ରୁ ମେ ୪ ଯାଏଁ ଛାତ୍ରଛାତ୍ରୀ ମାନେ ପଂଜୀକରଣ କରିପାରିବେ । ଜେଇଇ ଆଡଭାନସରେ କୃତକାର୍ଯ୍ୟ ଛାତ୍ରଛାତ୍ରୀ ଆଇଆଇଟି ଏବଂ ଆଇସଏମ ଧାନବାଦରେ ଆଡମିଶନ ନେଇପାରିବେ ।