ପ୍ରଥମ ଦିନରେ ଭାଇରାଲ ହେଲା ମାଟ୍ରିକ ପ୍ରଶ୍ନପତ୍ର: ଜୟପୁର ବନ୍ଧୁଗାଁ ସ୍କୁଲରେ ପ୍ରଶ୍ନପତ୍ର ପ୍ରଘଟ ଘଟଣାକୁ ସ୍ୱୀକାର କଲେ ସ୍କୁଲ କର୍ତ୍ତୃପକ୍ଷ

କହିଲେ, ଝରକା ପଟେ ବାହାରକୁ ପ୍ରଶ୍ନପତ୍ର ପଠାଇଛନ୍ତି ଜଣେ ଛାତ୍ର

220

କନକ ବ୍ୟୁରୋ : ସରିଛି ପ୍ରଥମ ଦିନର ମାଟ୍ରିକ ପରୀକ୍ଷା । ରାଜ୍ୟର ୨ ହଜାର ୯୫୩ ସେଂଟରରେ ପରୀକ୍ଷା କେନ୍ଦ୍ରରେ ୫ଲକ୍ଷ ୮୭ ହଜାର ୭୨୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ପ୍ରଥମ ଦିନରେ ପ୍ରରୀକ୍ଷାର୍ଥୀ ମାତୃଭାଷା ପରୀକ୍ଷା ଦେଇଥିବା ବେଳେ ପରୀକ୍ଷା ଆରମ୍ଭର ମାତ୍ର ୧୦ ମିନିଟ୍ ପରେ  ପ୍ରଶ୍ନପତ୍ର ଭାଇରାଲ ହୋଇଛି । ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ପ୍ରଶ୍ନପତ୍ର । ଜୟପୁର ବନ୍ଧୁ ଗାଁର ବ୍ଲକର ସରକାରୀ ସ୍କୁଲରେ ପରୀକ୍ଷା ବେଳେ ପ୍ରଶ୍ନପତ୍ର ଲିକ ହୋଇଛି । ଏଠାରେ ପ୍ରଶ୍ନପତ୍ର ଲିକ ହୋଇଥିବା ଘଟଣାକୁ ସ୍କୁଲର ପରୀକ୍ଷା ପରିଚାଳନା ସୁପରିଟେଂଡେଂଟ ସ୍ୱୀକାର କରିଛନ୍ତି । ପୁଲିସ ଅନୁପସ୍ଥିତରେ ଝରକା ପଟେ ଜଣେ ଛାତ୍ର ପ୍ରଶ୍ନପତ୍ର ବାହାରକୁ ପଠାଇଥିବା ଜଣାପଡିଛି ।

ସଂପୃକ୍ତ ଛାତ୍ରଙ୍କୁ ଧରିବା ପାଇଁ ଉଦ୍ୟମ କରାଯାଉଥିବା ସ୍କୁଲ ସୁପରିଟେଂଡେଂଟ ସୂଚନା ଦେଇଛନ୍ତି । ଭାଇରାଲ ହୋଇଥିବା ପ୍ରଶ୍ନପତ୍ର ଅସଲି ପ୍ରଶ୍ନପତ୍ର ସହ ମେଳ ଖାଇଛି । ‘ଏ’ ସେଟର ପ୍ରଶ୍ନପତ୍ର ଆଜିର ମାତୃଭାଷା ଓଡ଼ିଅ।। ‘ଏ’ସେଟ୍ ପ୍ରଶ୍ନପତ୍ର ସହ ମେଳ ଖାଉଛି । ମାତୃଭାଷା ସେଟ ଏର ୩୩ରୁ ୪୪ଯାଏଁ ପ୍ରଶ୍ନପତ୍ର ଅସଲ ପ୍ରଶ୍ନପତ୍ର ସହ ସମାନ ରହିଛି । ବର୍ତମାନ ସୁଦ୍ଧା ଉପଲବ୍ଧ ଭାଇରାଲ ପ୍ରଶ୍ନ ପତ୍ର ଅଂଶ ସହ ଆଜିର ଅସଲି ପ୍ରଶ୍ନପତ୍ର ମେଳଖାଉଛି । ଆଜି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ମାତୃଭାଷାର ସେଟ୍ ଏର ପ୍ରଶ୍ନପତ୍ର । କେବଳ ଜୟପୁର ନୁହେଁ ନୂଆପଡା, କନ୍ଧମାଳ, ଢେଙ୍କାନାଳରେ ମଧ୍ୟ ପ୍ରଶ୍ନପତ୍ର ଲିକ୍  ହୋଇଥିବା ଜଣାପଡିଛି ।

badri patra

ପ୍ରଶ୍ନପତ୍ର ଭାଇରାଲ ଘଟଣାର ତଦନ୍ତ ପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ବୋର୍ଡ ଅଧ୍ୟାକ୍ଷ ଯାହାନା ଆରା ବେଗମ୍ । ଛାତ୍ରଛାତ୍ରୀ ଓ ଅଭିଭାବକ ଏନେଇ ବ୍ୟସ୍ତ ନହେବା ପାଇଁ ସେ ନିବେଦନ କରିଛନ୍ତି । ସେପଟେ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ପ୍ରଶ୍ନପତ୍ର ଲିକ ଗୁଜବ ବୋଲି କହିଛନ୍ତି । କଡା ସୁରକ୍ଷା ବଳୟରେ ପ୍ରଶ୍ନପତ୍ର ରହିଛି । ସମ୍ବେଦେନଶୀଳ ପରୀକ୍ଷା କେନ୍ଦ୍ରରେ ୧୪୪ ଧାରା ଜାରି କରାଯାଇଛି । ଯଦି ପ୍ରଶ୍ନପତ୍ର ଲିକ ହୋଇଥାଏ ତଦନ୍ତ ହେବ ବୋଲି ମନ୍ତ୍ରୀ କହିଛନ୍ତି ।