ମାଟ୍ରିକ ପରୀକ୍ଷାର ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବାଦ ପକ୍ଷରୁ ସମ୍ବର୍ଦ୍ଧନା । ସ୍ୱତନ୍ତ୍ର ଉତ୍ସବ ‘ମାଟ୍ରିକ ଚାମ୍ପିୟନ୍ସ’ରେ ଏ ୱାନ ଗ୍ରେଡ ପାଇଥିବା ୨୭୬ମେଧାବୀଙ୍କୁ ସମ୍ବର୍ଦ୍ଧନା

ସମ୍ବାଦ ପକ୍ଷରୁ ଆଜି ମାଟ୍ରିକ ପରୀକ୍ଷାର୍ଥୀମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି

114

କନକ ବ୍ୟୁରୋ: ସମ୍ବାଦ ପକ୍ଷରୁ ଆଜି ମ୍ୟାଟ୍ରିକ ପରୀକ୍ଷାରେ ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରି ଏ-୧ ଗ୍ରେଡ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ପୁରୀ,ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାର କୃତୀ ଛାତ୍ରଛାତ୍ରୀମାନଙ୍କୁ ସମ୍ବାଦ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲାର ୧୪୪ ଜଣ, ପୁରୀର ୮୦ ଜଣ ଓ ନୟାଗଡ଼ର ୫୨ ଜଣ ମେଧାବୀ ଯୋଗ ଦେଇଥିଲେ | ମେଧାବୀ ଛାତ୍ରଛାତ୍ରୀଙ୍କ ସହ ସେମାନଙ୍କ ଶିକ୍ଷକ,ଶିକ୍ଷୟତ୍ରୀ ଓ ଅଭିଭାବକ ଯୋଗ ଦେଇଥିଲେ |

ହୋଟେଲ ସ୍ୱସ୍ତି ପ୍ରିମିୟମରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଇଷ୍ଟର୍ଣ୍ଣ ମିଡ଼ିଆର ଚେୟାରମ୍ୟାନ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ସମେତ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା, କ୍ରୀଡା ସଚିବ ବିଶାଳ ଦେବ ଓ ଚଳିତ ବର୍ଷର ଓଡିଶା ଆଇଏଏସ ଟପ୍ପର ଉପାସନା ମହାପାତ୍ର ଯୋଗ ଦେଇଥିଲେ | ଅନ୍ୟମାନଙ୍କ ମଧ୍ୟରେ ସମ୍ବାଦର ପରିଚାଳନା ନିର୍ଦ୍ଦେଶିକା ମୋନିକା ନାୟର ପଟ୍ଟନାୟକ, ଡିଜିଏମ ନ୍ୟୁଜ ଭବାନୀ ଶଙ୍କର ମହାପାତ୍ର ଓ ସିଜିଏମ ନ୍ୟୁଜ ଅରବିନ୍ଦ ଦାସ ପ୍ରମୁଖ ଯୋଗ ଦେଇଥିଲେ |